ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଶୋକ ସଭା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ସାମ୍ବାଦିକ ଫୋରମ କାର୍ୟ୍ୟାଳୟ ଠାରେ ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ପ୍ରେସ କ୍ଳବ ଦ୍ୱାରା ଆୟୋଜିତ ଦିବଂଗତ ସାମ୍ବାଦିକ କପିଳେଶ୍ୱର ପ୍ରଧାନଙ୍କ ଉଦ୍ଧେଶ୍ୟ ରେ ଏକ ଶୋକ ସଭା ଆୟୋଜିତ ହୋଇ ଯାଇଛି। ଆଜିର ଏହି ସଭାରେ କ୍ଲବର ସଭାପତି ବରୋଜ କୁମାର ବେହେରା ଅଧ୍ୟକ୍ଷତା କରି ସ୍ବର୍ଗତ ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପାର୍ଥନା କରାଯାଇଥିଲା। କ୍ଳବର ଆବାହକ ଯୁଗଳ କିଶୋର ସାମଲ, ମାର୍ଗଦର୍ଶକ ପ୍ରଦୋଷ ମିଶ୍ର, ସାଧାରଣ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ, ସଂଜୀବ କୁମାର ମହାକୁଳ, ଉପ ସଭାପତି ସମରେଶ ମିଶ୍ର ପ୍ରମୁଖ ଅମର ଆତ୍ମାଙ୍କ ସ୍ମୃତି ଚାରଣ କରିଥିଲେ। ଶେଷରେ ସମ୍ପାଦକ ଦୁର୍ୟୋଧନ ବିଶି ଉପସ୍ଥିତ ସଭ୍ୟମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.