www.samajalive.in
Wednesday, November 19, 2025
26.1 C
Bhubaneswar

ଆଠଗଡରେ କାଳବୈଶାଖୀର ତାଣ୍ଡବ

ଆଠଗଡ : ଆଠଗଡ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ପ୍ରଵଳ ଘଡଘଡି ସହ ବର୍ଷା ଓ ପଵନ ହେବା ଫଳରେ ଆଠଗଡ଼ ଥାନା ଅନ୍ତର୍ଗତ ଆଠଗଡ-ମୁଣ୍ଡଳୀ ରାସ୍ତାର ରାଜନଗର ଛକଠାରେ ଥିବା ଏକ ହୋଟେଲର ଆଜବେଷ୍ଟସ ଛପର ଉଡେଇ ନେଇଛି। ପାଖରେ ଥିବା ଅନ୍ୟ ଏକ ହୋଟେଲର ମଧ୍ୟ ପାଚେରୀ ଭାଙ୍ଗି ପଡିଛି । ହୋଟେଲରେ ଲୋକେ ଖାଇବସିଥିବା ବେଳେ ହଠାତ୍ ପବନ ଝଡ ଆସି ତାଣ୍ଡଵ ରଚିଥିଲା। ଯାହାଫଳରେ ହୋଟେଲ ସମସ୍ତ ଖାଦ୍ୟ ନଷ୍ଟ ହେବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ସେହିପରି ଆଠଗଡ-ନରସିଂହ ପୁର ୬୫ ନଂ ରାଜ୍ୟ ରାଜପଥର ଗୋପୀନାଥପୁର ଏବଂ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଵ୍ୟାପକ ଗଛଡାଳ ଭାଙ୍ଗିବା ଫଳରେ ସାମୟିକ ଯାନବାହାନ ଚଳାଚଳ ଓ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ଅଧଘଣ୍ଟା ଧରି ପ୍ରଚଣ୍ଡ ବଜ୍ରପାତ ହୋଇଥିଲା । ବ୍ରଜପାତରେ ଯୋରନ୍ଦା ପଞ୍ଚାୟତର ପାଇକରାପୁର ଗ୍ରାମର କିଣା ଦାସଙ୍କ ଦୁଇଟି ମଇଁଷିଙ୍କର ମୃତ୍ୟୁ ଘଟିଛି । କ୍ଷୟକ୍ଷତିର ଆକଳନ ହୋଇ ନଥିବାବେଳେ ରାସ୍ତାରେ ପଡିଥିବା ଗଛ ଡାଳ କାଟି ସଫା କରିବା ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

Hot this week

ପୁଣି ବଡ ଏନକାଉଣ୍ଟର : ୭ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ର ଆଲୁରୀ ସୀତାରାମ...

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

Related Articles

Popular Categories