www.samajalive.in
Saturday, December 6, 2025
15.1 C
Bhubaneswar

ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପତ୍ନୀ ବିୟୋଗ

ବୁର୍ଲା: ସମ୍ବଲପୁରୀ ଚଳଚ୍ଚିତ୍ରର ଖ୍ୟାତନାମା ଅଭିନେତା ତଥା ଜାତୀୟ ପୁରସ୍କାରପ୍ରାପ୍ତ ଡ ଅଟଳ ବିହାରୀ ପଣ୍ଡାଙ୍କ ପତ୍ନୀ ବିୟୋଗ ଘଟିଛି।। ଶ୍ରୀ ପଣ୍ଡାଙ୍କ ଧର୍ମପତ୍ନୀ ଲଳିତା ପଣ୍ଡାଙ୍କର ଆଜି ବୁର୍ଲାଠାରେ ତାଙ୍କର ମଝିଆଁ ପୁଅ ଅଶ୍ୱିନୀଙ୍କ ବାସଭବନରେ ଅକାଳ ବିୟୋଗ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଅନେକ ଦିନ ହେବ ଶ୍ରୀମତି ପଣ୍ଡାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ନ ଥିବା ବେଳେ ତାଙ୍କର ଆଜି ସକାଳ ପ୍ରାୟ ୧୦ ଟା ସମୟରେ ହୃଦଘାତରେ ପରଲୋକ ଘଟିଥିଲା।

ଶ୍ରୀମତି ପଣ୍ଡାଙ୍କ ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ ଡ ଅଟଲ ପଣ୍ଡାଙ୍କ ସମେତ ତିନିପୁଅ ଆର୍ତ୍ତତ୍ରାଣ ପଣ୍ଡା, ଅଶ୍ୱିନୀ ପଣ୍ଡା ଏବଂ ଅରୁଣ ପଣ୍ଡା ସପରିବାର ରହିଥିବା ବେଳେ ତାଙ୍କ ତିନି ଝିଅ ଏବଂ ଜ୍ୱାଇଁ ମଧ୍ୟ ଉପସ୍ଥିତ ରହିଥିଲେ। ସକାଳ ୧୦ଟାରେ ବୁର୍ଲା କୃଷ୍ଣମନ୍ଦିରର ଭଡ଼ାଘରେ ମଝିଆଁ ପୁଅ ଆଇନଜିବୀ ଅଶ୍ୱିନୀଙ୍କ ଘରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କର ମୃତ୍ୟୁରେ ସ୍ଥାନିୟ ଅଞ୍ଚଳ ସମେତ ବିନିକା ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। କିଛି ଗଣ୍ୟମାନ୍ୟ ବ୍ୟକ୍ତି ଆସି ଶ୍ରୀମତି ପଣ୍ଡାଙ୍କ ପାର୍ଥବ ଶରୀରର ଶେଷଦର୍ଶନ କରିଥିଲେ। ପାର୍ଥିବ ଶରୀରକୁ ବୁର୍ଲା ବିଷ୍ଣୁମନ୍ଦିର ପଡ଼ା ବୈକୁଣ୍ଠ ଘାଟକୁ ନିଆଯାଇଥିଲା। ସେଠାରେ ରିତିନିତି ଅନୁଯାୟୀ ଜ୍ୟୋଷ୍ଠପୁତ୍ର ଆର୍ତ୍ତତ୍ରାଣ ମୁଖାଗ୍ନି ଦେଇ ଅନ୍ତ୍ୟୋଷ୍ଟି କ୍ରିୟା ସମାପିତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories