BJD Bijuli 480×75 Mob

ଗୁଜୁରାଟର ମୋରବୀ ଜିଲାରେ ଭୁଶୁଡ଼ିଲା ଝୁଲା ପୋଲ: ୬୦ ମୃତ, ଅନେକ ନିଖୋଜ

ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା । ଗୁଜରାଟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଏବଂ ଆହତଙ୍କୁ, ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା

BJD Bijuli 480×75 Mob

ଅହମ୍ମଦାବାଦ: ଆଜି ଗୁଜରାଟରେ ମୋରବୀ ଜିଲାରେ ଝୁଲାପୋଲ ଭୁଶୁଡ଼ି ପଡ଼ିବାରୁ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ହୋଇଥିବା ଜଣାପଡ଼ିଛି। ଝୁଲା ପୋଲ ଭୁଶୁଡ଼ିବା ବେଳେ ଏହା ଉପରେ ପ୍ରାୟ ୫୦୦ର ଅଧିକ ଲୋକେ ଥିଲେ। ଝୁଲା ପୋଲଟି ଭୁଶୁଡ଼ି ପଡ଼ିବା ଦ୍ବାରା ଅନେକ ପାଣି ଭିତରେ ବୁଡିଯାଇଛନ୍ତି। ମଚ୍ଛୁ ନଦୀରେ ଏହି ବଡ ଦୁର୍ଘଟଣା ଘଟିଛି। ଗୁଜୁରାଟର ମୋରବୀ ଜିଲାରେ ଝୁଲା ପୋଲ ଭୁଶୁଡ଼ିବା ଯୋଗୁ ପ୍ରାୟ ୬୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଗୁରୁତର ଆହତ ହୋଇଛନ୍ତି। ଏଥିସହ ପାଣିରେ ବହୁ ଲୋକ ଫସି ରହିଥିବାବେଳେ ଅନେକ ପାଣିରେ ଭାସି ଯାଇ ନିଖୋଜ ହୋଇଥିବା ସୂଚନା ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି। ସେହିପରି ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଏବଂ ପ୍ରତ୍ୟେକ ଆହତଙ୍କୁ, ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।
ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।

ବ୍ରିଟିଶ ଅମଳର ଏହି ସେତୁଟି ବହୁତ ପୁରୁଣା ହୋଇଥିବାବେଳେ କିଛି ଦିନ ପୂର୍ବରୁ ଏହାର ମରାମତି କରାଯାଇଥିଲା। ମୋରବୀ ଜିଲାର ଏହି ଝୁଲା ପୋଲଟିୁ ମରାମତି କରାଯିବା ପରେ ୪ ଦିନ ତଳେ ସର୍ବସାଧାରଣ ପାଇଁ ଖୋଲାଯାଇଥିଲା। ଏହି ପୋଲର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା ଡକାଯାଇଥିଲା ଏବଂ ପ୍ରାୟ ୨କୋଟି ଟଙ୍କା ବିନିଯୋଗରେ ଏହାର ଉନ୍ନତିକରଣ କରାଯାଇଥିଲା। ଏହାକୁ ଓଢାବଜୀ ପଟେଲ କମ୍ପାନୀ ପକ୍ଷରୁ ଓରେଭା ଗ୍ରୁପ୍‌ ଠିକା ନେଇଥିଲା।

Comments are closed.