www.samajalive.in
Saturday, December 6, 2025
14.1 C
Bhubaneswar

ଆମେରିକା: ଫିଲାଡେଲ୍ଫିଆ ବାର୍‌ରେ ଆଖିବୁଜା ଗୁଳି ଚାଳନା, ୧୨ ଗୁରୁତର

ଫିଲାଡେଲ୍ଫିଆ: ଆମେରିକା ଫିଲାଡେଲ୍ଫିଆ ସହରର କେନ୍ସିଙ୍ଗଟନ୍ ଏବଂ ଆଲେଗେନି ଅଞ୍ଚଳରେ ଅବସ୍ଥିତ ଏକ ବାରରେ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳି ଚାଳନା କରିଛନ୍ତି। ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଆମେରିକା ପୁଲିସ ଏପର୍ଯ୍ୟନ୍ତ ଘଟଣାର ସବିଶେଷ ତଥ୍ୟ ଦେଇନାହିଁ।

ସୂଚନାଯୋଗ୍ୟ, ଆମେରିକାରେ ଅଧିକାଂଶ ଦିନ ଗୁଳି ବିନିମୟ ଖବର ସାମ୍ନାକୁ ଆସିଛି। ଗତ ଅକ୍ଟୋବର ୧୩ ତାରିଖରେ ଦକ୍ଷିଣ ଆମେରିକାର ଉତ୍ତର କାରୋଲିନାରୁ ମଧ୍ୟ ସମାନ ଖବର ସାମ୍ନାକୁ ଆସିଥିଲା। ସୂଚନାନୁସାରେ, ଅପରାହ୍ନ ୫ଟା ପରେ ଏଠାରେ ଏକ ଆବାସିକ ଅଞ୍ଚଳରେ ଗୁଳି ଚାଳନା ହୋଇଥିଲା, ଯେଉଁଥିରେ ଜଣେ ଡ୍ୟୁଟିରେ ନଥିବା ଜଣେ ପୁଲିସ କର୍ମଚାରୀଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories