www.samajalive.in
Friday, December 5, 2025
20.1 C
Bhubaneswar

ଗୃହର ସୁଖଶାନ୍ତି ସହ ଜଡ଼ିତ ଆପଣଙ୍କ ଏହି ଅଭ୍ୟାସ, ଜାଣନ୍ତୁ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ

ବହୁବାର ଗୃହରେ ବ୍ୟବହାର୍ଯ୍ୟ ସାମଗ୍ରୀ ଏଣେତେଣେ ପଡ଼ିଥିବା, ଅଇଁଠା ଥାଳି ଖାଦ୍ୟ ଖାଇଥିବା ସ୍ଥାନରୁ ଉଠାନହୋଇଥିବା, ଘରର ଅଗଣାରେ ଜୋତା ଚପଲ ସଠିକ ସ୍ଥାନରେ ନରହି ଏଣେତେଣେ ପଡ଼ିଥିବା ଭଳି ଦେଖିଥିବେ। ଏଭଳି କି ଘରକୁ ଆସୁଥିବା ଅତିଥିଙ୍କୁ ବହୁ ଲୋକେ ପାଣି ମଧ୍ୟ ଯାଚି ନଥାଆନ୍ତି। ମାତ୍ର ଏଭଳି କରୁଥିଲେ ଏହାର କୁପ୍ରଭାବ ଆପଣଙ୍କ ଜୀବନରେ ପଡ଼ିଥାଏ, ଏହା ହୁଏତ ସଭିଁଙ୍କୁ ଅଜଣା। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏଭଳି କୁଅଭ୍ୟାସ କାରଣରୁ ଜୀବନରେ ଗ୍ରହଙ୍କ କୁପ୍ରଭାବ ପଡ଼ିଥାଏ ଓ ବହୁ ସମସ୍ୟା ସୃଷ୍ଟି କରିଥାଏ। ଜାଣନ୍ତୁ …….
– ଖାଦ୍ୟ ଖାଇବା ପରେ ଯଦି ଆପଣ ଅଇଁଠା ଥାଳି ସେହି ସ୍ଥାନରେ ହିଁ ରଖି ଦେଉଛନ୍ତି, ତେବେ ଚନ୍ଦ୍ରମା ଓ ଶନିଙ୍କ କୁପ୍ରଭାବ ପଡ଼ିଥାଏ। ବିଭିନ୍ନ କାର୍ଯ୍ୟରେ ଅସଫଳତା ମଧ୍ୟ ମିଳିଥାଏ।
– ନିଜ ଘରକୁ ଆସୁଥିବା ଅତିଥିଙ୍କୁ ଥଣ୍ଡା ପାଣିକୁ ପିଇବାକୁ ନିଶ୍ଚୟ ଦିଅନ୍ତୁ। ଏପରି କରିବା ଦ୍ୱାରା ରାହୁଙ୍କ କୁପ୍ରଭାବ ପଡ଼ିନଥାଏ।
– ନିୟମିତ ସକାଳେ ଉଠିବା ପରେ ଘରର ବଗିଚାରେ ଥିବା ଗଛଲତାକୁ ପାଣି ଦିଅନ୍ତୁ। ଏପରି କରିବା ଦ୍ୱାରା ଜାତକରେ ବୁଧ, ଶୁକ୍ର, ସୂର୍ଯ୍ୟ ଓ ଚନ୍ଦ୍ରମା ଆଦି ଉତ୍ତମ ଫଳ ପ୍ରଦାନ କରିଥାଆନ୍ତି।
– ଘରର ପୂଜାସ୍ଥାନକୁ ଆଦୌ ଅସନା ଅପରିଷ୍କାର ରଖନ୍ତୁ ନାହିଁ। ପୂଜା ଘର ଅପରିଷ୍କାର ରହିବା ଦ୍ୱାରା ବୃହସ୍ପତି ଶୁଭଫଳ ପ୍ରଦାନ କରନ୍ତି ନାହିଁ।
– ରାତି ଅନୀଦ୍ରା ହେବା ଦ୍ୱାରା ଚନ୍ଦ୍ରମାଙ୍କ କୁପ୍ରଭାବ ପଡ଼ିଥାଏ।
– ଅଯଥା କଥାରେ କ୍ରୋଧ କରିବା, ଜୋରରେ କଥା କହିବା ଦ୍ୱାରା ଶନିଙ୍କ କୁପ୍ରଭାବ ପଡ଼ିଥାଏ। ଏହାସହ ଜମିବାଡ଼ି ସହ ଜଡ଼ିତ ବିଭିନ୍ନ ସମସ୍ୟାରେ ବିନା କାରଣରେ ଟଙ୍କା ଖର୍ଚ୍ଚ ହୋଇଥାଏ।
– ଭୂମିରେ ନିଜ ପାଦକୁ କଦାପି ଘୋଷାଡ଼ି ଘୋଷାଡ଼ି ଚାଲନ୍ତୁ ନାହିଁ। ଏପରି କରିବା ଦ୍ୱାରା ରାହୁଙ୍କ କୁପ୍ରଭାବ ପଡ଼ିଥାଏ।
– ସ୍ନାନ କକ୍ଷରେ ଅସନା ଅପରିଷ୍କାର ଲୁଗା ଅଧିକ ସମୟ ରଖିବା ଦ୍ୱାରା ଚନ୍ଦ୍ରମାଙ୍କ କୁପ୍ରଭାବ ପଡ଼ିଥାଏ।
– ଯେଉଁ ଲୋକେ ଘରେ ପ୍ରବେଶ କରିବା ପରେ ନିଜ ଜୋତା, ଚପଲ, ଲୁଗାପଟା ଏଣେତେଣେ ପକାନ୍ତି, ତାଙ୍କର ଶତ୍ରୁ ସଂଖ୍ୟା ବୃଦ୍ଧି ହୋଇଥାଏ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories