www.samajalive.in
Saturday, December 6, 2025
14.1 C
Bhubaneswar

୧୬ରୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର :  ଚଳିତ ମାସ ୧୬ ତାରିଖରୁ ରାଜ୍ୟ ବିଧାନସଭାର ଶୀତ କାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ରହିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିବା ପରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ସମନ ମଧ୍ୟ ଜାରି କରାଯାଇଛି।

ଏହି ଅଧିବେଶନ କାଳରେ ମୋଟ ୨୩ଟି କାର୍ଯ୍ୟ ଦିବସ ଥିବାବେଳେ ସେଥି ମଧ୍ୟରୁ ୪ ଟି ବେସରକାରୀ ଦିବସ ଓ ୧୯ଟି ସରକାରୀ ଦିବସ ରହିଛି । ୨ଟି ଛୁଟି ଦିନ ଓ ଦ୍ୱିତୀୟ ଶନିବାର ଓ ରବିବାର ପାଇଁ ୫ ଦିନ ଗୃହର ବୈଠକ ବସିବ ନାହିଁ । ନଭେମ୍ବର ୧୭ , ୩୦ , ଡିସେମ୍ବର ୭ ଓ ୧୪ ତାରିଖ ୪ ଦିନକୁ ବେସରକାରୀ ଦିବସ ଭାବେ ରଖାଯାଇଛି ।

- Advertisement -

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ସବୁଠାରୁ ବଡ଼ ଅଧିବେଶନ ବୋଲି ରାଜନୈତିକ ସମୀକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି । ତେଣୁ ୨୦୧୯ ସାଧାରଣ ନିର୍ବାଚନକୁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଦିକୁ ଗୃହିତ  କରିବା ଲାଗି ପ୍ରୟାସ କରିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ଦଳକୁ ମୁକାବିଲା କରିବା ପାଇଁ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ଚଳିତ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟ୍ ପାରିତ ହୋଇସାରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories