www.samajalive.in
Saturday, December 13, 2025
23.1 C
Bhubaneswar

ପହିଲାରୁ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ପହିଲାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଭାଗୀୟ ପ୍ରମୁଖ ସଚିବ ଜି ମାଥିଭାଥନନ୍‌ଙ୍କ ବିଜ୍ଞପ୍ତି ଅନୁଯାୟୀ, ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ଓ ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ କରାଯିବ।
ସେହିଭଳି ଆସନ୍ତା ମାସରେ ୩୧ ଦିନ ମଧ୍ୟରେ ୫ ତାରିଖ ସହିତ ୧୨, ୧୯, ୨୫ ଏବଂ ୨୬ ତାରିଖକୁ ମିଶାଇ ୫ଦିନ ଛୁଟିକୁ ବାଦ୍ ଦେଲେ ମୋଟ ୨୬ ଦିନ ଅଧିବେଶନ ବସିବ। ଏଥିରେ ଡିସେମ୍ବର ୧୦ ତାରିଖରେ ଅତିରିକ୍ତ ବଜେଟକୁ ଗୃହୀତ ପାଇଁ ବ୍ୟୟମଞ୍ଜୁରୀ ବିଧେୟକ ଆସିବ। ତେବେ ଡିସେମ୍ବର ୧୧ରୁ ୩୧ ଯାଏଁ ଗୃହର ଅଧିବେଶନରେ ସରକାରୀ କାର୍ଯ୍ୟଦିବସ (ଅଫିସିଆଲ ବିଜିନେସ୍) ଓ ଘରୋଇ ସଦସ୍ୟ କାର୍ଯ୍ୟଦିବସ (ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍)
ରହିଛି। ଶୀତକାଳୀନ ଅଧିବେଶନରେ ବିରୋଧୀ ବିଜେପି ଓ କଂଗ୍ରେସ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ସରକାରୀ ଦଳ ମଧ୍ୟ ଏହାର ମୁକାବିଲା ଲାଗି ରଣକୌଶଳ କରୁଥିବା ଜଣାଯାଇଛି। ପ୍ରକାଶଥାଉକି, ଶୀତକାଳୀନ ଅଧିବେଶନ ନେଇ ‘ସମାଜ’ ପକ୍ଷରୁ ଦିନକ ପୂର୍ବରୁ ଏକ ଖବର ପ୍ରକାଶ ପାଇଥିଲା। ଆଜି ଏନେଇ ସଂସଦୀୟ ବ୍ୟାପାର ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories