www.samajalive.in
Monday, December 8, 2025
13.1 C
Bhubaneswar

ଆସାମ ଏନ୍‍ଆର୍‍ସି: ନାଗରିକତା ଦାବି ପାଇଁ ଡିସେମ୍ବର ୧୫ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ : ଆସାମ ଜାତୀୟ ନାଗରିକ ପଞ୍ଜିକା (ଏନ୍‍ଆର୍‍ସି)ର ଚୂଡାନ୍ତ ତାଲିକାରେ ସ୍ଥାନ ପାଇ ନ ଥିବା ଲୋକେ ନିଜର ନାଗରିକତା ଦାବି ଉପସ୍ଥାପନ କରିବା ଲାଗି ଉଦ୍ଦିଷ୍ଟ ସମୟସୀମାକୁ ଗୁରୁବାର ସୁପ୍ରିମକୋର୍ଟ ଡିସେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହ ନାଗରିକତା ପ୍ରମାଣ ଦେବା ଲାଗି ଆଉ ୫ଟି ଦସ୍ତାବିଜ୍‍ ଦାଖଲ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏଗୁଡିକ ହେଲା ୧୯୫୧ ଏନ୍‍ଆର୍‍ସି, ୧୯୭୧ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ପ୍ରସ୍ତୁତ ଭୋଟର ତାଲିକା, ନାଗରିକତା ପ୍ରମାଣପତ୍ର, ଶରଣାର୍ଥୀ ପଞ୍ଜୀକରଣ ପ୍ରମାଣପତ୍ର ଏବଂ ୧୯୭୧ ମାର୍ଚ୍ଚ ୨୪ ପୂର୍ବରୁ ଜାରି କରାଯାଇଥିବା ପଡ଼ି କାର୍ଡ। ନାଗରିକତ୍ୱ ଦାବି କରିଥିବା ଲୋକଙ୍କୁ ଜାନୁଆରୀ ୧୫ ସୁଦ୍ଧା ନୋଟିସ୍‍ ପଠାଯିବ ଏବଂ ଫେବୃଆରୀ ୧ରୁ ଦସ୍ତାବିଜ୍‍ ଯାଞ୍ଚ ଆରମ୍ଭ ହେବ ବୋଲି ପ୍ରଧାନବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ସ୍ପଷ୍ଟ କରିଛନ୍ତି। ନାଗରିକତ୍ୱ ପ୍ରମାଣପତ୍ର ଉପସ୍ଥାପନରେ ଲୋକେ ଜାଲିଆତି ଏବଂ ଫଟୋସପ୍‍ କରିବା ନେଇ ରାଜ୍ୟ ସଂଯୋଜକ ପ୍ରତୀକ ହାଜେଲା ଦର୍ଶାଇଥିବା ଆଶଙ୍କାକୁ ପୀଠ ଖାରଜ କରିଦେଇଛନ୍ତି। ନାଗରିକତ୍ୱ ପ୍ରମାଣ ଦେବା ଲାଗି ପୂର୍ବରୁ ୧୦ଟି କାଗଜପତ୍ରକୁ ବିଚାରକୁ ନେବା ନିମନ୍ତେ ଅନୁମତି ଥିଲା; ମାତ୍ର ଉପରୋକ୍ତ କାଗଜପତ୍ରଗୁଡିକୁ ମଧ୍ୟ ଗ୍ରହଣ କରିବା ନିମନ୍ତେ ଆସାମ ସରକାରଙ୍କ ସମେତ ଅନ୍ୟ ଆବେଦନକାରୀମାନେ ନିବେଦନ କରିଥିଲେ। ଜୁଲାଇ ୩୦ରେ ପ୍ରକାଶିତ ଚୂଡାନ୍ତ ଏନ୍‍ଆର୍‍ସି ତାଲିକାରୁ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାଦ ପଡିଥିଲେ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories