www.samajalive.in
Sunday, December 14, 2025
26.1 C
Bhubaneswar

ଆସାମ ବନ୍ୟା: କାଜିରଙ୍ଗା ଉଦ୍ୟାନରେ ମଲେଣି ୧୩୧ ବନ୍ୟଜନ୍ତୁ

ଆସାମ: ଆସାମରେ ବନ୍ୟାସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡିଛି। ବନ୍ୟାରେ କେବଳ ମନୁଷ୍ୟ ନୁହଁନ୍ତି, ବନ୍ୟ ପ୍ରାଣୀ ମାନେ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ବର୍ତ୍ତମାନ ସୁଦ୍ଧା କାଜିରଙ୍ଗା ଉଦ୍ୟାନରେ ୧୩୧ ବନ୍ୟଜନ୍ତୁ ମରିଗଲେଣି। ୯୮ ବନ୍ୟଜନ୍ତୁ ପାଣି ବୁଡି ମରିଥିବାବେଳେ ୧୭ ବନ୍ୟ ଜନ୍ତୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏବେ ବି ୨୫ ବନ୍ୟ ଜନ୍ତୁ ଚିକିତ୍ସାଧୀନ ଅଛନ୍ତି। ପାଖାପାଖି ପ୍ରାୟ ୯୬ ବନ୍ୟ ଜନ୍ତୁଙ୍କୁ ବନ୍ୟାଜଳରୁ ଉଦ୍ଧାର କରାଯାଇଛି। ସେପଟେ ବନ୍ୟା ସ୍ଥିତିକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା କହିଛନ୍ତି ଉଭୟ ମନୁଷ୍ୟ ଏବଂ ବନ୍ୟଜନ୍ତୁ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଟିମ୍ ଆସାମ ସମସ୍ତଙ୍କୁ ସହାୟତା ପାଇଁ ୨୪ ଘଣ୍ଟା କାମ କରୁଛି। ବର୍ତ୍ତମାନେ ସୁଦ୍ଧାରେ ବନ୍ୟାରେ ୭୮ ଲୋକଙ୍କର ମୃତ୍ୟୁ ହେଲାଣି। ୨୯ ଜିଲ୍ଲାରେ ପାଖାପାଖି ୨୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସର୍ବାଧିକ ପ୍ରଭାବିତ ହୋଇ ଧୂବ୍ରି। ରାଜ୍ୟରେ ମୋଟ୍ ୨୬୯ରିଲିଫ୍ ଶିବିରରେ ୫୩ ହଜାର ୬୮୯ ଲୋକ ଆଶ୍ରୟ ନେଉଥିବା ସୂଚନା ମିଳିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories