www.samajalive.in
Sunday, December 7, 2025
14.1 C
Bhubaneswar

ଏସିଆନ୍ ଚମ୍ପିଆନ୍ସ ଟ୍ରଫି ହକି: ଆଜି ଭାରତ-ଚୀନ ଫାଇନାଲ

ହୁଲୁନ୍‌ବୁୟର : ୪ ଥର ଚମ୍ପିଆନ ଭାରତ ୬ଷ୍ଠ ଥର ଏସିଆନ୍ ଚମ୍ପିଆନ୍‌ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛି ଭାରତ। ସୋମବାର ୨ୟ ସେମିଫାଇନାଲରେ କୋରିଆକୁ ୪-୧ ଗୋଲ୍‌ରେ ଭାରତ ପରାସ୍ତ କରିଛି। ଏସିଆନ୍ ଚମ୍ପିଆନ୍‌ସ ଟ୍ରଫି ହକିର ୮ମ ସଂସ୍କରଣର ଫାଇନାଲରେ ଆଜି(ମଙ୍ଗଳବାର) ଫାଇନାଲରେ ଆୟୋଜକ ଚୀନ୍‌ର ମୁକାବିଲା କରିବ ଭାରତ। ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ କ୍ରମାଗତ ୨ୟ ମ୍ୟାଚ୍‌ରେ ୨ଟି ଗୋଲ୍‌ ଦେଇଥିବା ବେଳେ ଉତ୍ତମ ସିଂହ ଓ ଜର୍ମନପ୍ରୀତ ସିଂହ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଲିଗ୍‌ ପର୍ଯ୍ୟାୟରେ ଭାରତ ୩-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। ଏହି ବିଜୟକୁ ମିଶାଇ ଭାରତ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଛି ଏବଂ କ୍ରମାଗତ ୬​‌ଷ୍ଠ ବିଜୟ ହାସଲ କରିଛି। ମ୍ୟାଚ୍‌ ଆରମ୍ଭରୁ ଭାରତ ପ୍ରାଧାନ୍ୟ ବିସ୍ତାର କରିଥିଲା। ପ୍ରଥମ କ୍ବାର୍ଟରରେ ଭାରତୀୟ ଫରୱାର୍ଡ ଅଭିଷେକ ଗୋଲ୍‌ପୋଷ୍ଟକୁ ରିଭର୍ସ ହିଟ୍‌ ମାରିଥିଲେ ହେଁ କୋରିଆ ଗୋଲ୍‌ରକ୍ଷକ କିମ୍ ଜାଏହାନ୍‌ ଏହାକୁ ରୋକି ଦେଇଥିଲେ। ପରେ ରାହିଲଙ୍କ ଏକ ସଟ୍‌କୁ କୋରିଆ ଗୋଲ୍‌ରକ୍ଷକ ରୋକିଥିଲେ। ହେଲେ ୧୩ ମିନିଟରେ ଭାରତ ପ୍ରଥମ ଗୋଲ୍‌ ଦେଇ ପାରିଥିଲା। ଅରାଇଜିତ ସିଂହ ହୁଣ୍ଡାଲ ଡାହଣପଟୁ ଏକ ଜୋରଦାର କ୍ରସ୍ ମାରିଥିବା ବେଳେ ଉତ୍ତମ ସିଂହ ବଲ୍‌ରେ ଷ୍ଟିକ୍‌ ଲଗାଇ ଏହାକୁ ଗୋଲ୍‌ପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ। ୨ୟ କ୍ବାର୍ଟର ଆରମ୍ଭରେ ଭାରତକୁ କ୍ରମାଗତ ୨ଟି ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ୨ୟ ପେନାଲ୍‌ଟି କର୍ଣ୍ଣରରୁ ହରମନପ୍ରୀତ ସିଂହ ଗୋଲ୍‌ଦେଇ ପ୍ରଥମାର୍ଦ୍ଧ ସୁଦ୍ଧା ଭାରତକୁ ୨-୦‌େ‌ର ଆଗୁଆ କରିଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories