www.samajalive.in
Saturday, December 6, 2025
26.1 C
Bhubaneswar

୫ଟି ଶ୍ରେଣୀକୁ ଜଣେ ଶିକ୍ଷକ: ଅନ୍ଧାରରେ ପିଲାଙ୍କ ଭବିଷ୍ୟତ

ଫୁଲବାଣୀ/ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡ଼ି ପଞ୍ଚାୟତ ଶିରିପକାଲି ଗ୍ରାମଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତ୍ର ସରକାରୀ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ ଚାଲିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକ କାର୍ଯ୍ୟରତ ଥିଲେ, କିନ୍ତୁ ଗତ ମାର୍ଚ୍ଚ ମାସ ୩୧ ତାରିଖରେ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅର୍ଚ୍ଚନା କହଁରଙ୍କ ଅକାଳ ବିୟୋଗ ଘଟିଥିବା ବେଳେ ତା’ପର ଦିନ ଅର୍ଥାତ ଏପ୍ରିଲ ୧ତାରିଖରେ ବିଦ୍ୟାଳୟରେ ନିଯୁକ୍ତ ଆଉ ଜଣେ ଶିକ୍ଷୟତ୍ରୀ ଅରୁନ୍ଧିତା ପ୍ରଧାନ ଶିକ୍ଷାଦାନ କରି ଏକ ଅଟୋରେ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା। ସେହିଦିନଠାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେଣୁ ବର୍ତ୍ତମାନ ମାତ୍ର ଜଣେ ଶିକ୍ଷକରେ ୫ଟି ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରାଯାଉଛି। ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପିଲା ପଢ଼ୁଥିବାବେଳେ ଆଉ ଗୋଟିଏ ଶ୍ରେଣୀରେ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପଞ୍ଚମ ଶ୍ରେଣୀ ପିଲାଙ୍କୁ ପଢ଼ା ବେଳେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପିଲାମାନେ ନିଜେ ନିଜେ ଶ୍ରେଣୀ ଗୃହରେ ବସି ପାଠ ପଢ଼ିଥାନ୍ତି ବୋଲି ପ୍ରଧାନଶିକ୍ଷକ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି। ଏଥି ସହିତ ବିଦ୍ୟାଳୟରେ ନଳକୂପ ନ ଥିବାରୁ ବିଦ୍ୟାଳୟ ପରିସରରେ ଏକ କୂଅ ଉପରେ ନଳକୂପ ହ୍ୟାଣ୍ଡେଲ ଲଗାଯାଇ ବ୍ୟବହାର କରାଯାଉଛି। ପାଚେରୀ ନିର୍ମାଣ କରିବା ପାଇଁ ମଧ୍ୟ ପ୍ରଧାନଶିକ୍ଷକ ଦାରିଙ୍ଗବାଡି ବିଇଓଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି ପ୍ରଧାନ ଶିକ୍ଷକ। ଜଣେ ମାତ୍ର ଶିକ୍ଷକ ଥିବାରୁ ବିଦ୍ୟାଳୟ ଛାଡ଼ି ଅଫିସ କାର୍ଯ୍ୟ ପାଇଁ ମଧ୍ୟ ଯାଇ ହେଉନଥିବା କହି ଜଣେ ଶିକ୍ଷକଙ୍କୁ ନିଯୁକ୍ତ କରାଗଲେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭଲରେ ପାଠପଢି ପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ଏନେଇ ଦନେକବାଡ଼ି ସିଆରସିସି ରମାକାନ୍ତ ଦିଗାଲଙ୍କ ସହିତ ଯୋଗାଯୋଗ କରିବାରୁ ଜଣେ ଶିକ୍ଷକଙ୍କୁ ଏହି ବିଦ୍ୟାଳୟକୁ ଡେପୁଟେସନରେ ପଠାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ଖୁବଶୀଘ୍ର କାର୍ଯ୍ୟରେ ଯୋଗ ଦେବେ ବୋଲି ସେ ପ୍ରକାଶ କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories