www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ଠାରୁ ଏସିଆ କପ୍‍ ; ୧୮ରେ ଭାରତ-ହଂକଂ ମ୍ୟାଚ୍

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ୍‍ସର ୨ଟି ସହର ଦୁବାଇ ଓ ଆବୁଧାବିରେ ଶନିବାର (ଆଜି)ଠାରୁ ଖେଳାଯିବ। ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଏସିଆ ମହାଦେଶର ୬ଟି ଦେଶ ଭାଗନେବେ। ୨୦୧୬ରେ ଏସିଆ କପ୍‍ର ଫର୍ମାଟ୍‍କୁ ବଦଳାଇ ଏହାକୁ ଟ୍ୱେଣ୍ଟି୨୦ କରା ଯାଇଥିବା ବେଳେ ଚଳିତବର୍ଷ ଏହା ପୁଣି ଦିନିକିଆ ଫର୍ମାଟକୁ ଫେରିଛି। ସବୁଥର ଏଥର ମଧ୍ୟ ଟାଇଟଲ ପାଇଁ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେଉଥିବା ବେଳେ ଆଫ୍‍ଗାନିସ୍ତାନ ଓ ହଂକଂ କିଛି ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ରହିବେ।

ଆଜି ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ। ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଦଳ ଗୁରୁବାର ୟୁନାଇଟେଡ୍‍ ଆରବ ଏମିରେଟ୍‍ସର ଦୁବାଇ ସହରରେ ପହଞ୍ଚିଛି। ୧୮ ତାରିଖରେ ଭାରତ-ହଂକଂ ମଧ୍ୟରେ ମ୍ୟାଚ୍ ଖେଳାଯିବ। ୧୯ରେ ଭାରତ-ପାକିସ୍ତାନ ମଧ୍ୟରେ ଚିତାକର୍ଷକ ମୁକାବିଲା ଅନୁଷ୍ଠିତ ହେବ।

- Advertisement -

ଏସିଆ କପ୍‍ର ୧୩ଟି ସଂସ୍କରଣ ମଧ୍ୟରୁ ଭାରତ ସର୍ବାଧିକ ୬ ଥର ଚମ୍ପିଆନ୍‍ ହୋଇଥିଲେ ହେଁ ଥରେ ମାତ୍ର ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି।  ସେହିପରି ଏସିଆ କପ୍‍ରେ ଭାରତ ମୋଟ ୪୮ଟି ମ୍ୟାଚ୍‍ ଖେଳି ୩୧ଟି ଜିତିଥିବା ବେଳେ ୧୬ଟି ମ୍ୟାଚ୍‍ରେ ପରାସ୍ତ ହୋଇଛି। ଶ୍ରୀଲଙ୍କା ୫୨ଟି ମ୍ୟାଚ୍‍ ଖେଳି ୩୫ଟି ଜିତିଛି ଓ ୧୭ଟି ହାରିଛି। ୩ୟ ସଫଳ ଦଳ ପାକିସ୍ତାନ ୪୪ଟି ମ୍ୟାଚ୍‍ ଖେଳି ୨୬ଟି ଜିତିଛି ଓ ୧୭ଟିରେ ପରାସ୍ତ ହୋଇଛି। ବାଂଲାଦେଶ ୪୨ଟି ମ୍ୟାଚ୍‍ ଖେଳି ମାତ୍ର ୭ଟି ଜିତିପାରିଛି। ଏହି ୪ଟି ଦଳଙ୍କ ମଧ୍ୟରୁ ଶ୍ରୀଲଙ୍କାର ବିଜୟ ପ୍ରତିଶତ ୬୮.୬୨ ସର୍ବାଧିକ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories