www.samajalive.in
Monday, December 15, 2025
24.1 C
Bhubaneswar

ମାଇକ୍‌ ଖରାପ ହେବାରୁ ରାଗି ନିଆଁ ହେଲେ ମନ୍ତ୍ରୀ: ମଞ୍ଚରେ ବ୍ୟକ୍ତିଙ୍କୁ ଦେଲେ ଧକ୍କା, ମୋଡ଼ିଦେଲେ ମାଇକ୍‌

ପାଟନା: କୌଣସି କାର୍ଯ୍ୟକ୍ରମରେ ଭାଷଣ ସମୟରେ ମାଇକ୍‌ ହଠାତ୍‌ ଖରାପ ହୋଇପାରେ। ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ହୋଇପାରେ ଏବଂ ଏହା ଏକ ସାଧାରଣ କଥା। କିନ୍ତୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ଏହି ଛୋଟ କଥାକୁ ନେଇ ରାଗି ନିଆଁବାଣ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ, ସେ ମଞ୍ଚ ଉପରେ ଉପସ୍ଥିତ ଜଣେ ବ୍ୟକ୍ତିଙ୍କ ହାତରୁ ମାଇକ୍‌ ଛଡ଼ାଇ ତାଙ୍କୁ ଧକ୍କା ମାରିବା ସହ ଅନ୍ୟ ମାଇକ୍‌ଟିକୁ ମୋଡ଼ି ଭାଙ୍ଗି ଦେଇଛନ୍ତି। ଏହି ସମ୍ପୂର୍ଣ୍ଣ ଘଟଣାର ଭିିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ବିହାରର ବକ୍ସର ଜିଲାରେ ଘଟିଛି ଏହି ଘଟଣା। ଅହିରୌଲୀରେ ସନ୍ଥ ସମାଗମ ସମୟରେ ମନ୍ତ୍ରୀ କିଛି କହିବା ପାଇଁ ମଞ୍ଚ ଉପରକୁ ଆସୁଛନ୍ତି ଓ ଏହି ସମୟରେ ତାଙ୍କ ମାଇକ୍‌ ଖରାପ ହୋଇଯାଉଛି। ଏହାପରେ ସେ ରାଗରେ ଲାଲ୍‌ ହୋଇଯାଉଛନ୍ତି। ଭାଇରାଲ୍‌ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ମାଇକ ଖରାପ ହେବାରୁ ମନ୍ତ୍ରୀଙ୍କ ପାଖରେ ଠିଆ ହୋଇଥିବା ବ୍ୟକ୍ତି ଆଉ ଗୋଟିଏ ମାଇକ୍‌ ଆଣୁଛନ୍ତି। କିନ୍ତୁ ମନ୍ତ୍ରୀ ବ୍ୟକ୍ତିଙ୍କ ହାତରୁ ମାଇକ୍‌ ଛଡ଼ାଇ ତାଙ୍କୁ ଠେଲି ଦେଉଛନ୍ତି। ଏଥିସହ ରାଗରେ ଅନ୍ୟ ମାଇକଟିକୁ ମଧ୍ୟ ଭାଙ୍ଗି ଦେଉଛନ୍ତି।

- Advertisement -

ସୂଚନାଯୋଗ୍ୟ, ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଚୌବେ ସଦର ଡାକ୍ତରଖାନାରେ ଚାଲିଥିବା ଅବ୍ୟବସ୍ଥାର ଅଭିଯୋଗ ଆଣିଥିବା ଜଣେ ବ୍ୟକ୍ତିଙ୍କ ଉପରେ ଉତ୍ତେଜିତ ହୋଇ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହି ଘଟଣାକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ହୋଇଥିଲା।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories