ବିଶିଷ୍ଟ ‌କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ବର: ବର୍ଷ ୨୦୨୩ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ବିଶିଷ୍ଟ ‌କବି ଆଶୁତୋଷ ପରିଡ଼ା ପାଇବେ ଏହି ସମ୍ମାନଜନକ ପୁରସ୍କାର। ସ୍ବରଚିତ କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର-୨୦୨୩ ପ୍ରଦାନ କରାଯିବ। ବୁଧବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଏହି ଘୋଷଣା ପରେ କବି ଆଶୁତୋଷ ପରିଡ଼ାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Comments are closed.