ବିଜେପିରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ଅଶୋକ ଚୌହ୍ବାନ ବିଜେପିରେ ସାମିଲ ହୋଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ମୁମ୍ବାଇ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଦେବେନ୍ଦ୍ର ଫଡନବିସ୍ ତାଙ୍କୁ ସ୍ବାଗତ କରିଛନ୍ତି । ଏହା ପୂର୍ବରୁ କଂଗ୍ରେସ ନେତା ବାବା ସିଦ୍ଦିକୀ କଂଗ୍ରେସକୁ ବିଦାୟ କହିଥିଲେ ଏବଂ ସେ ଅଜିତ ପଓ୍ବାରଙ୍କ ଏନସିପିରେ ସାମିଲ ହୋଇଥିଲେ ।

ଅଶୋକ ଚୌହ୍ବାନ ସୋମବାର କଂଗ୍ରେସର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସକାଳେ ସେ କହିଥିଲେ କି ‘ଆଜି ମୋ ଜୀବନର ଏକ ନୂଆ ରାଜନୈତିକ କ୍ୟାରିୟରର ଆରମ୍ଭ ।’ ସେ କହିଛନ୍ତି କି କଂଗ୍ରେସ ଛାଡିବା ତାଙ୍କ ନିଜ ନିଷ୍ପତ୍ତି ଏବଂ ଏହାର କୌଣସି ବିଶେଷ କାରଣ ନାହିଁ । କୁହାଯାଉଛି କି ବୁଧବାର ଅଶୋକ ଚୌହ୍ବାନ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିପାରନ୍ତି ।

Comments are closed.