www.samajalive.in
Saturday, December 6, 2025
17.1 C
Bhubaneswar

ଚିକିତ୍ସା ଅବହେଳାରୁ ଆଶାକର୍ମୀଙ୍କ ମୃତ୍ୟୁ ଅଭିଯୋଗ; ମୃତଦେହ ରଖି ୪ଘଣ୍ଟା ରାସ୍ତା ଅବରୋଧ

ଉମରକୋଟ: ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡୀୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଆଶାକର୍ମୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ମୃତକ ହେଲେ ଉମରକୋଟ ବ୍ଲକ ବଡ଼ବାସିନୀ ଗାଁର ଆଶାକର୍ମୀ ଦୟମତି ଭତ୍ରା।
ଘଟଣାର ତଦନ୍ତ ସହ କ୍ଷତିପୂରଣ ଦାବିରେ ଶତାଧିକ ଗ୍ରାମବାସୀ, ପରିବାର ଲୋକେ ଓ ଆଶାକର୍ମୀ ସଂଘ ପକ୍ଷରୁ ମୃତଦେହ ରଖି ଉମରକୋଟ ସହର ମୁଖ୍ୟ ରାଜରାସ୍ତାରେ ୪ ଘଣ୍ଟା ଧାରଣା ଦେଇଥିଲେ। ଆଶାକର୍ମୀ ଦୟମତି ଗର୍ଭବତୀ ଥିଲେ। ଗତକାଲି ସକାଳ ସମୟରେ ତାଙ୍କର ପ୍ରସବ ବେଦନା ହୋଇଥିଲା। ଘଟଣା ସମ୍ପର୍କରେ ଜଣାଇବା ପରେ ଆଶାକର୍ମୀ ହେମ୍‌ ଗୌଡ଼ ସାହାଯ୍ୟରେ ଦୟମତି ଉମରକୋଟ ଉପଖଣ୍ଡୀୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ସାଧାରଣ ପ୍ରସବ ପାଇଁ ୩ ଘଣ୍ଟା ଅପେକ୍ଷା କରାଯାଇଥିଲା। ଦିନ ୧୨ଟା ସମୟରେ ପ୍ରସବ କରାଇବାକୁ ବିଶେଷଜ୍ଞ ଡାକ୍ତର ଚେଷ୍ଟା କରିଥିଲେ। ତେବେ ପ୍ରସବ ସମ୍ଭବ ହୋଇ ନ ଥିଲା। ଅପରାହ୍ଣ ୩ଟାରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ସମୟରେ ଡାବୁଗାଁ ପାଖରେ ଦୟମତିଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ପରିବାର ଲୋକେ ଦାୟୀ କରିଛନ୍ତି। ସୋମବାର ସକାଳେ ମୃତଦେହ ରଖି ଉମରକୋଟରେ ରାସ୍ତା ଅବରୋଧ କରାଯାଇଥିଲା। ମୃତ ଆଶାକର୍ମୀଙ୍କ ପରିବାରରୁ ଜଣଙ୍କୁ ଚାକିରି ସହ ୨୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦାବି ହୋଇଛି। ୪ଘଣ୍ଟା ରାଜରାସ୍ତା ଅବରୋଧ ପରେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ବୁଝାସୁଝା କରାଯାଇଥିଲା। ଆର୍ଥିକ ସହାୟତା ସହ ଦାବି ପୂରଣ ନେଇ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories