www.samajalive.in
Saturday, December 6, 2025
15.1 C
Bhubaneswar

ଉପାନ୍ତ ଅଞ୍ଚଳରେ କଳାକାରଙ୍କ ପେଟ କଥା ବୁଝିବ କିଏ?

ବଲାଙ୍ଗିର : କଳାକାରମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ସରକାରୀ ଯୋଜନା କରିଛନ୍ତି। ଯୋଗ୍ୟ କଳାକାରମାନଙ୍କୁ ମାସିକ ଭତ୍ତା ସମେତ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରିଛନ୍ତି। କଳା ବଞ୍ଚିଲେ ଲୋକେ ବଞ୍ଚିବେ ବୋଲି ବାର୍ତ୍ତା ମଧ୍ୟ ବିଭିନ୍ନ ସଭା ସମିତିରେ ଦିଆଯାଉଛି। କିନ୍ତୁ ବଲାଙ୍ଗିର ଜିଲାର ଉପାନ୍ତ ଇଲାକାରେ ତାହା ଠିକ୍ ରେ କାର୍ଯ୍ୟକାରୀ ହେଉ ନାହିଁ। କଳାକାର ଭତ୍ତା ଅପେକ୍ଷାରେ ନାଭି ବରିହା। ଏ ହେଉଛି ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଭରତବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରଝୁଲା ଗାଁର ବାସ କରୁଥିବା ନାଭି ବରିହାଙ୍କ କଥା। ବୟସ ୫୫ ଡେଇଁଲାଣି। ନିଜ ବାଲ୍ୟ ଅବସ୍ଥାରୁ କଳାରୁ ନିଜ ମା’ର ସମ୍ମାନ ଦେଇ ପୂଜା କରି ଆସୁଛନ୍ତି। ଦୀର୍ଘ ୪୦ ବର୍ଷ ଧରି କଳା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ ହେଁ ପ୍ରଶାସନିକ ବାବୁଙ୍କ ଦୃଷ୍ଟି ଏହି କଳାକାରଙ୍କ ଉପରେ ପଡି ନାହିଁ। ପାହାଡିଆ ଗ୍ରାମାଞ୍ଚଳରେ ବାସ କରୁଥିବା ଶ୍ରୀ ବରିହାଙ୍କ ପରି ଅନେକ କଳାକାର ଅଛନ୍ତି। ଯେଉଁମାନେ ଉହ୍ୟ ଆକାରରେ ରହି ଯାଉଛନ୍ତି। ଏହି ଅଞ୍ଚଳର ନୃତ୍ୟ ଓ ସଙ୍ଗୀତ ପ୍ରତି ତାଙ୍କ ଅନେକ ଅବଦାନ ଥିବା ବେଳେ ତାକୁ ବଞ୍ଚାଇ ରଖିଛନ୍ତି। ଜଣେ ମୃଦଙ୍ଗ ବାଦ୍ୟକାର ଭାବେ ବିଭିନ୍ନ ମଞ୍ଚରେ ତାଙ୍କ କଳା ପରିବେଷଣ କରିଛନ୍ତି। ଘରେ ଗଦା ଗଦା ସାର୍ଟିଫିକେଟ ରହିଥିଲେ ହେଁ ତାହା କୌଣସି କାମରେ ଲାଗୁ ନାହିଁ। ସରକାରଙ୍କ ଦ୍ୱାରା ପ୍ରଦତ୍ତ କଳାକାର ଭତ୍ତା ପାଇଁ ଅନେକ ଥର ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ପାରି ନାହିଁ। ତାଙ୍କ ସମସ୍ତ ପ୍ରକାର ଯୋଗ୍ୟତା ଥିଲେ ମଧ୍ୟ ହେଁ କାହିଁକି ତାଲିକାରୁ କଟି ଯାଉଛି ତାହା ମଧ୍ୟ ବିବାଗୀୟ ଅଧିକାରୀ ଜଣାଉ ନାହାଁନ୍ତି। ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ବର୍ଷ ହେଲା ସରକାରଙ୍କ ଭତ୍ତା ଅପେକ୍ଷାରେ ରହିବା ପରେ ଏବେ ମଧ୍ୟ ତାଙ୍କ ମନରୁ ଆଶା ମରି ନାହିଁ। ନୃତ୍ୟ ପରିବେଷଣ  ହିଁ ତାଙ୍କ ରୋଜଗାର ମାଧ୍ୟମ ହୋଇଥିବା ବେଳେ କରୋନା ଯୋଗୁଁ ରୋଜଗାର ଠପ୍ ହୋଇଯାଇଛି। ବର୍ତ୍ତମାନ ସେ ଓ ତାଙ୍କ ପରିବାର ବହୁତ କଷ୍ଟରେ ଚଳୁଛନ୍ତି। ଏଭଳି ଜଣେ କଳାକାର ବିଭିନ୍ନ ସରକାରୀ ଯୋଜନାରୁ ବାଦ ପଡୁଥିବା ବେଳେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories