ଭୁବନେଶ୍ୱର: କରୋନା ସମ୍ପର୍କରେ ଚିତ୍ର ଓ ମାସ୍କରେ ସଚେତନତା ସୃଷ୍ଟି ପାଇଁ ଜାତୀୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଜାତୀୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ଓଡ଼ିଆ ଚିତ୍ରଶିଳ୍ପୀ ରାଜକିଶୋର ମହାରଣା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପଞ୍ଜାବସ୍ଥିତ ଚିତ୍ରକର ବିଶ୍ୱବିଦ୍ୟାଳୟର ଚିତ୍ରକଳା ସ୍କୁଲ ଅଫ୍ ଆର୍ଟ ଆଣ୍ଡ୍ ଡିଜାଇନ୍ ଏବଂ ଫାଇନ୍ ଆର୍ଟ ବିଭାଗ ପକ୍ଷରୁ ‘ମାସ୍କ ଓ ଫିଲିଆ’ ଇଣ୍ଟରନ୍ୟାସ୍ନାଲ୍ ମାସ୍କ ଡ୍ରଇଂ/ପେଣ୍ଟିଂ କର୍ମଶାଳା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜକିଶୋର ମହାରଣା ପ୍ରଥମ ହେବା ସୌଭାଗ୍ୟ ଲାଭକରି ଓଡ଼ିଶାକୁ ଗୌରବ ଆଣି ଦେଇଛନ୍ତି। ଜାତୀୟସ୍ତରରେ ଚିତ୍ରକଳା କ୍ଷେତ୍ରରେ ସଫଳତା ହାସଲ କରିଥିବାରୁ ରାଜକିଶେର ମହାରଣାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ନଗର ଅଞ୍ଚଳର ଏହି ଯୁବ ଚିତ୍ରଶିଳ୍ପୀଙ୍କ ପିଲାଟି ଦିନରୁ କଳାତ୍ମକ ରୁଚ ରହିଛି। ସେ ବିଭିନ୍ନ ପଟ୍ଟଚିତ୍ର ଅଙ୍କନ କରୁଥିବା ବେଳେ ଏବେ କରୋନା ମହାମାରୀ ସମୟରେ ତାଙ୍କର ସଚେତନତାତ୍ମକ ଚିତ୍ରକଳା ମଧ୍ୟ ତାଙ୍କୁ ଏ ଦିଗରେ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଇଛି। ପୂର୍ବରୁ ସେ କରୋନାରୁ ସତର୍କ ରହିବା ପାଇଁ କାନ୍ଭାସ୍ରେ ଚିତ୍ର କରି ମଧ୍ୟ ଚିତ୍ରକର ବିଶ୍ୱବିଦ୍ୟାଳୟର ଏବଂ ଓଡ଼ିଶା ଲଲିତକଳା ଏକାଡ଼େମୀ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।
କରୋନା ସଚେତନତା ଚିତ୍ର ଓ ମାସ୍କ ଜାତୀୟସ୍ତରୀୟ ପ୍ରତିଯୋଗିତା; ପ୍ରଥମ ହେଲେ ଓଡ଼ିଆ ଚିତ୍ରଶିଳ୍ପୀ ରାଜକିଶୋର ମହାରଣା
Popular Categories



