ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହଟାଯିବା ମାମଲାରେ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ମାମଲା ବୃହତ୍ ଖଣ୍ଡପୀଠକୁ ଯିବନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଏନ.ବି. ରମନ୍ନା, ବିଚାରପତି ସଞ୍ଜୟ କିଶନ କୌଲ, ବିଚାରପତି ଆର. ସୁଭାଷ ରେଡ୍ଡୀ, ବିଚାରପତି ବି. ଆର. ଗୋୱଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ସାମ୍ବିଧାନିକ ପୀଠ ଏହି ନିଷ୍ପତ୍ତି ନେଇଛନ୍ତି।
ଧାରା ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟରେ ୨୩ଟି ପିଟିଶନ ଦାୟର ହୋଇଛି। ଆବେଦନକାରୀମାନେ ମାମଲାକୁ ବୃହତ୍ ଖଣ୍ଡପୀଠକୁ ପଠାଇବା ଲାଗି ଦାବି କରିଥିଲେ। ଗତ ଜାନୁୟାରୀ ୨୩ରେ ଖଣ୍ଡପୀଠ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ସୋମବାର ରାୟ ଶୁଣାଣି କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପିଟିଶନଗୁଡ଼ିକୁ ବିରୋଧ କରାଯାଇଥିଲା। ଜାମ୍ମୁ-କାଶ୍ମୀରର ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଧାରା ୩୭୦ ହଟାଯିବା ଏକମାତ୍ର ବିକଳ୍ପ ଥିଲା ବୋଲି ସରକାର କହିଥିଲେ।



