www.samajalive.in
Saturday, December 6, 2025
14.1 C
Bhubaneswar

ଆରବ ସାଗରରେ ଲଘୁଚାପ : ବିଳମ୍ବ ହେବ ମୌସୁମି !

ନୂଆଦିଲ୍ଲୀ/ଭୁବନେଶ୍ବର : ଅମ୍ପନ ଭଳି ଆରବ ସାଗରରେ ଏକ ମହାବାତ୍ୟା ସୃଷ୍ଟି ହେବାକୁ ଯାଉଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଆଇଏମ୍‌ଡିର କହିବା ଅନୁଯାୟୀ, ଆରବ ସାଗରର ଦକ୍ଷିଣ-ପୂର୍ବ ଓ ପୂର୍ବ-କେନ୍ଦ୍ରାଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ଆଗାମୀ ୪୮ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଜୁନ୍ ୨ ତାରିଖ ବେଳକୁ ବାତ୍ୟାର ରୂପରେଖ ଜଣାପଡ଼ିବ। ଏହି ସାମୁଦ୍ରିକ ଝଡ଼ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳରେ କ୍ଷତି ଘଟାଇବାର ଆଶଙ୍କା ରହିଛି। ଜୁନ୍‌ ୩ରେ ଏହା ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟ ନିକଟରେ ଉପକୂଳ ଛୁଇଁପାରେ।
ଆସନ୍ତା ୨ ଦିନରେ କେରଳରେ ମୌସୁମି ବାୟୁ ପ୍ରବେଶ କରିବା ସମ୍ଭାବନା ଥିବା ବେଳେ ଏହି ଲଘୁଚାପ ଯଦି ଅଧିକ ଘନୀଭୂତ ହୋଇ ମହାରାଷ୍ଟ୍ର, ଗୁଜରାଟ ମୁହାଁ ହୁଏ, ତାହାହେଲେ ଓଡ଼ିଶାକୁ ମୌସୁମି ଆଗମନ ଆଉ କିଛିଦିନ ବିଳମ୍ବିତ ହୋଇପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରୁଛି।
ଅନ୍ୟପକ୍ଷରେ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଫଳରେ ଓଡ଼ିଶାରେ ଆଉ ୪ ଦିନ ଯାଏ ବର୍ଷା ସହ କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ଓ ଘୂର୍ଣ୍ଣିବଳୟ ପ୍ରଭାବରେ ତାପମାତ୍ରା ହ୍ରାସ ପାଉଛି। ଆଜି ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।

ସୋମବାର ଗଜପତି, କେନ୍ଦୁଝର, ରାୟଗଡ଼ା ଓ ମୟୂରଭଞ୍ଜ ଜିଲାରେ ବର୍ଷା ସମ୍ଭାବନା ଅଛି। ଏହା ବ୍ୟତୀତ କୋରାପୁଟ, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ବାଲେଶ୍ବର, ସୋନପୁର, ବୌଦ୍ଧ ଓ ମାଲକାନଗିରି ଜିଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସହିତ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏଥିସହିତ ୬ ତାରିଖରେ ମ୍ୟଁାମାର୍‌ ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା କ୍ରମେ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ। ୯ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ଫଳରେ ୧୦ତାରିଖ ଦିନ ସମସ୍ତ ଉପକୂଳ ଓଡ଼ିଶା ଏବଂ ୧୧ ତାରିଖ ଦିନ ସମଗ୍ର ଓଡ଼ିଶାରେ ବର୍ଷା ହୋବର ସମ୍ଭାବନା ଅଛି। ଜଗତସିଂହପୁର ଓ ବାଲେଶ୍ବର ଜିଲାରେ ଅଧିକ ବର୍ଷା ହୋଇପାରେ। ତେବେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନ ଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories