www.samajalive.in
Saturday, December 6, 2025
26.1 C
Bhubaneswar

ଦିଲ୍ଲୀ ପୁଲିସକୁ ଚକମା ଦେଇ ଫେରାର ହୋଇଗଲା ଓଡିଶା ଚୋର

ସୋର: ବାଲେଶ୍ୱର ଜିଲା ସୋରରୁ ଶୁକ୍ରବାର ଗିରଫ ହୋଇଥିବା ଚୋର କରୁଣାକର ଦାସ ଦିଲ୍ଲୀ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି । ଦିଲ୍ଲୀ ଆଦର୍ଶନଗର ପୁଲିସ କରୁଣାକରକୁ ଗିରଫ କରି ନେଇଯାଉ ଥିବା ବେଳେ ବାଲେଶ୍ୱର ଷ୍ଟେସନରୁ ସେ ଚମ୍ପଟ ମାରିଛି । ତାକୁ ଧରିବା ପାଇଁ ଦିଲ୍ଲୀ ଆଦର୍ଶନଗର ପୁଲିସ ଓ ଓଡିଶା ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ, କରୁଣାକର ଦାସ ନୂଆଦିଲ୍ଲୀସ୍ଥିତ ଆଦର୍ଶନଗର ଥାନା ଅଧୀନରେ ଥିବା ରବୀନ୍ଦ୍ର ଖାରି ନାମକ ଜଣେ ବ୍ୟବସାୟୀଙ୍କ ଘରେ କାମ କରୁଥିଲା। ଗତ ଜୁନ ୩ରେ ଘରେ କେହି ନଥିବେ ବେଳେ ୧୦ ଲକ୍ଷ ଟଙ୍କାର ଆଳଙ୍କାର ଲୁଟି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଦିଲ୍ଲୀ ଆଦର୍ଶନଗର ଛାନଭିନ୍ କରି ଓଡିଶାରେ ପହଞ୍ଚିଥିଲା। ବାଲେଶ୍ୱର ଜିଲା ସୋର ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରୁ ଗତକାଲି ପୁଲିସ ତାକୁ ଗିରଫ କରିଥିଲା। ଆଦର୍ଶନଗର ପୁଲିସ ତାକୁ ଟ୍ରେନରେ ଦିଲ୍ଲୀ ନେଇଯାଉ ଥିବା ବେଳେ ଚଳନ୍ତା ଟ୍ରେନରୁ ଡେଇଁ କରୁଣାକର ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories