ମଞ୍ଚେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଡ଼କାୟତି ଘଟଣାର ପର୍ଦ୍ଦାଫାଶ ; ୨ ଲୁଟେରା ଗିରଫ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ଇନଫୋସିଟି ଅଞ୍ଚଳର ବରିମୁଣ୍ଡ ବ୍ୟାଙ୍କ ଡ଼କାୟତି ଘଟଣାର ପର୍ଦ୍ଦାଫାଶ ହୋଇଥିବା ସୋମବାର ଜଣାପଡ଼ିଛି। ଉକ୍ତ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ କରିଛି। ଏହାସହ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି ବୋଲି ଜଣାପଡ଼ିଛି। ପୁଲିସ ଗିରଫ କରିଥିବା ୨ ଲୁଟେରାଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।
Comments are closed.