www.samajalive.in
Monday, December 8, 2025
13.1 C
Bhubaneswar

ବିଗ୍‍ବସ୍‍ର ବଡ଼ ବିବାଦ

ବିଗ୍‍ବସ-୧୪ ଆରମ୍ଭ ହୋଇଯାଇଛି। ଏଥର ଏହି ଘରକୁ ଡିଜାଇନ୍‍ କରିଛନ୍ତି ଉମଙ୍ଗ କୁମାର। ଭବିଷ୍ୟତକୁ ଧ୍ୟାନ ରଖି ‘ଫ୍ୟୁଚରିଷ୍ଟିକ୍‍’ ଥିମ୍‍ରେ ଏହି ଘର ଡିଜାଇନ୍‍ କରାଯାଇଛି। ପ୍ରଥମ ଥର ପାଇଁ ଏଠାରେ ପ୍ରତିଯୋଗୀମାନଙ୍କୁ ରେସ୍ତୋରାଁ, ସ୍ପା, ଥିଏଟର ଏବଂ ମଲ୍‍ ସୁବିଧା ଦିଆଯାଇଛି। ପ୍ରତ୍ୟେକ ଥର ବିଗ୍‍ବସ ଶୋ’ରେ ବିବାଦ ସୃଷ୍ଟି ହୁଏ। ଏହା ଛୋଟପରଦାର ସବୁଠାରୁ ବିବାଦୀୟ ଶୋ’ ବୋଲି କହିଲେ ଭୁଲ୍‍ ହେବନି। ଏଥର ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ, ବଲିଉଡ୍‍ରେ ପରିବାରବାଦ, ସଲ୍‍ମାନ ଖାନଙ୍କ ନାମ ଜଡିତ ହେବା ପ୍ରସଙ୍ଗରେ ଆରମ୍ଭ ପୂର୍ବରୁ ଏହି ଶୋ’ ବିବାଦ ଘେରକୁ ଟାଣି ହୋଇଯାଇଛି। ସଲ୍‍ମାନ ଏହାର ଉପସ୍ଥାପକ ହୋଇଥିବାରୁ ତାଙ୍କ ଶୋ’ ବୟକଟ୍‍ କରିବା ଲାଗି ଦାବି ହେଉଛି। ଏହା କେବଳ ଝଲକ୍‍ ହୋଇଥିବା ବେଳେ ଆଗକୁ କ’ଣ ବିଗ୍‍ବସ୍‍ରେ ପୂର୍ବଥର ପରି ବଡ ବିବାଦ ଦେଖାଯିବ ବୋଲି ପ୍ରଶ୍ନ ଉଠେ? ଏମିତିରେ ପ୍ରଥମ ଦିନରୁ ବାସନ ସଫା କରିବାକୁ ନେଇ ନିକ୍କି ତମ୍ବୋଲି ଏବଂ ଜସ୍ମିନ୍‍ ଭସିନଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଗଲାଣି। ଏହି ଅବସରରେ ବିଗ୍‍ବସ ଶୋ’ ସହିତ ସମ୍ପୃକ୍ତ କେତେକ ଚର୍ଚ୍ଚିତ ବିବାଦ ସମ୍ପର୍କରେ-

ବୋତଲ ମାଡ : ବିଗ୍‍ବସର ତୃତୀୟ ସିଜନ୍‍ରେ ପ୍ରତିଯୋଗୀ କମାଲ୍‍ ଆର୍‍ ଖାନ ବେଶ୍‍ ହଙ୍ଗାମା କରିଥିଲେ। ତେବେ ଆଉଜଣେ ପ୍ରତିଯୋଗୀ ରୋହିତ ବର୍ମାଙ୍କ ଉପରକୁ ସେ ଯେତେବେଳେ ବୋତଲ ଫିଙ୍ଗିଲେ ଏହା ଅନ୍ୟତମ ପ୍ରତିଯୋଗୀ ଶମିତା ସେଟ୍ଟି (ଶିଳ୍ପା ସେଟ୍ଟିଙ୍କ ଭଉଣୀ)ଙ୍କୁ ବାଜିଥିଲା। ଏ ଘଟଣାରେ ବଡ ବିବାଦ ସୃଷ୍ଟି ହୋଇଥିଲା ଏବଂ କମାଲ୍‍ ଶୋ’ରୁ ବାଦ୍‍ ପଡ଼ିଥିଲେ।
ସ୍ୱାମୀଙ୍କ କାମ : ବିଗ୍‍ବସ୍‍-୧୦ର ସବୁଠାରୁ ବିବାଦୀୟ ପ୍ରତିଯୋଗୀ ଥିଲେ ସ୍ୱାମୀ ଓମ୍‍। ସେ ବୋଧହୁଏ ଶାଳୀନତାର ସମସ୍ତ ସୀମା ଅତିକ୍ରମ କରିଯାଇଥିଲେ। ଏକ ବୋତଲରେ ପରିସ୍ରା କରି ସେ ଏହାକୁ ସହ-ପ୍ରତିଯୋଗୀ ବାନି ଜେ’ ଏବଂ ରୋହନ ମେହରାଙ୍କ ଉପରକୁ ଫିଙ୍ଗିଦେଲେ। ଏଭଳି ଘଟଣା ପରେ ବିଗ୍‍ବସ ଘରର ସମସ୍ତ ସଦସ୍ୟ ସ୍ୱାମୀଙ୍କୁ ବିରୋଧ କରିବାରୁ ତାଙ୍କୁ ଘରୁ ବାହାର କରିଦିଆଯାଇଥିଲା।
ଗିରଫ ହେଲେ ଅରମାନ : ବିଗ୍‍ବସ ସିଜନ-୭ରେ ଅରମାନ କୋହଲି ଏବଂ ସୋଫିଆ ହୟାତଙ୍କ ମଧ୍ୟରେ ଖୁବ୍‍ ପାଟିତୁଣ୍ଡ ହୋଇଥିଲା। ସୋଫିଆ ବିଗ୍‍ବସ ଘରୁ ବାହାରିଯିବା ପରେ ତୁରନ୍ତ ଅରମାନଙ୍କ ବିରୋଧରେ ପୁଲିସ୍‍ରେ ରିପୋର୍ଟ ଲେଖାଇଥିଲେ। ଏଥିରେ ଅରମାନ ତାଙ୍କୁ ଗାଳିଗୁଲଜ ଓ ମାରପିଟ୍‍ କରିଥିବା ନେଇ ସେ ଅଭିଯୋଗ କରିଥିଲେ। ପୁଲିସ୍‍ ଅରମାନଙ୍କୁ ବିଗ୍‍ବସ ଘରୁ ହିଁ ଗିରଫ କରି ନେଇଥିଲା।
ପାଚେରି ଡେଇଁଲେ କୁଶାଲ : ବିଗ୍‍ବସ-୭ରେ କୁଶାଲ ଟଣ୍ଡନ ଏବଂ ତନିଷା ମୁଖାର୍ଜୀଙ୍କ ମଧ୍ୟରେ ଖୁବ୍‍ ବିବାଦ ହୋଇଥିଲା। ଏହା ଏତେ ବଢିଗଲା ଯେ କୁଶାଲ ରାଗରେ ପାଚେରି ଡେଇଁ ବିଗ୍‍ବସ ଘରୁ ପଳାଇଲେ। ପରେ ଅବଶ୍ୟ ସେ ଫେରିଆସିଥିଲେ। ଏହି ସିଜନ୍‍ରେ ଭିଜେ ଏଣ୍ଡିଙ୍କ ସହ ବି କୁଶାଲଙ୍କ ଝଗଡା ହୋଇଥିଲା। ଏସବୁ ଘଟଣା ଯୋଗୁ ନିର୍ମାତା କୁଶାଲଙ୍କୁ ଘରୁ ବାହାରକ କରିଦେଲେ। ଏହା ତାଙ୍କ ପ୍ରତି ଅନ୍ୟାୟ ବୋଲି କହି ଗୌହର ବି ବିଗ୍‍ବସ ଘର ଛାଡି ଚାଲିଆସିଥିଲେ।
ଅଲିଙ୍କୁ ଚାପୁଡା : ବିଗ୍‍ବସ-୮ରେ ଅଲି କୁଲି ମିର୍ଜାଙ୍କ ଆପତ୍ତିଜନକ ଟିପ୍ପଣୀରେ ବିରକ୍ତ ହୋଇ ସୋନାଲି ରାଉତ ତାଙ୍କୁ ଖୁବ୍‍ ଜୋର୍‍ ଚାପୁଡା କଷି ଦେଇଥିଲେ। ଏଥିରେ କ୍ଷୁବ୍ଧ ଅଲି ବିଗ୍‍ବସ ଘର ଛାଡି ପଳାଇବାକୁ ଚେଷ୍ଟା କରିଥିଲେ।
ତଣ୍ଟି ଚିପିଦେଲେ ବାନି : ବିଗ୍‍ବସ ସିଜନ୍‍-୧୦ରେ ଏକ ଟାସ୍କ ପରେ ବାନି ଜେ’ ଏବଂ ଲୋପାମୁଦ୍ରା ରାଉତଙ୍କ ଭିତରେ ଖୁବ୍‍ ଜୋର ପାଟିତୁଣ୍ଡ ହୋଇଥିଲା। ଏହା ଏତେ ବଢିଗଲା ଯେ ବାନି ରାଗରେ ଲୋପାଙ୍କ ତଣ୍ଟି ଚିପିଦେବାକୁ ଚେଷ୍ଟା କରିଥିଲେ।
ଜୁବେରଙ୍କ ଆତ୍ମହତ୍ୟା ପ୍ରଚେଷ୍ଟା :: ବିଗ୍‍ବସ-୧୧ରେ ପ୍ରତିଯୋଗୀ ଥିଲେ ଜୁବେର ଖାନ୍‍। ତେବେ ବିଗ୍‍ବସ ଘରେ ସେ ଅନ୍ୟ ପ୍ରତିଯୋଗୀମାନଙ୍କୁ ଖରାପ ବ୍ୟବହାର କରିବାରୁ ସଲ୍‍ମାନ ତାଙ୍କୁ ଗାଳି ଦେଇଥିଲେ। ଏଥିରେ ରାଗିଯାଇ ସେ ପଳାଇ ଆସିବାକୁ ଇଚ୍ଛା କରି ସଫଳ ହୋଇନପାରିବାରୁ ଆତ୍ମହତ୍ୟା କରିବାକୁ ବି ଚେଷ୍ଟା କରିଥିଲେ। ତାଙ୍କୁ ତୁରନ୍ତ ହସ୍‍ପିଟାଲ ପଠାଯାଇଥିଲା।
ତାୱାରେ ମାଡ : ବିଗ୍‍ବସର ସିଜନ୍‍-୧୩ରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ବୋଧହୁଏ ସବୁଠାରୁ ଅଧିକ ଝଗଡା ଲାଗିଥିଲା। ମଧୁରିମା ତୁଲି ଏଥିରେ ତାଙ୍କୁ ପାଣି ଫିଙ୍ଗିଥିବା ବିଶାଲ ଆଦିତ୍ୟ ସିଂହଙ୍କୁ ଏକ ତାୱାରେ ଯେପରି ପିଟିଥିଲେ, ଏହାକୁ ଦର୍ଶକ ଏବେ ବି ଭୁଲିନାହାନ୍ତି। ବିଗ୍‍ବସ-୧୪ର ପ୍ରମୋସନ୍‍ରେ ନିର୍ମାତାମାନେ ଏହି ଦୃଶ୍ୟର କିଛିଅଂଶ ଦେଖାଇଥିଲେ। ସେହିପରି ରଶ୍ମି ଦେଶାଇ ଏବଂ ସିଦ୍ଧାର୍ଥ ଶୁକ୍ଳାଙ୍କ ମଧ୍ୟରେ ମାରପିଟ୍‍ ତ ଚାଲିଥିଲା। ରଶ୍ମି କିନ୍ତୁ ସିଦ୍ଧାର୍ଥଙ୍କ ଉପରକୁ ଗରମ ଚା’ ଫିଙ୍ଗିବା ସବୁଠାରୁ ଭୟଙ୍କର ଦୃଶ୍ୟ ଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories