www.samajalive.in
Wednesday, December 10, 2025
23.1 C
Bhubaneswar

ଅପହରଣ ଘଟଣାକୁ କେନ୍ଦ୍ରକରି ଗଣ୍ଡଗୋଳ, ୪ଗିରଫ

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ବଡନୟାପଲ୍ଲୀ ଗ୍ରାମର ଜଣେ ନାବାଳିକା ଅପହରଣ କରିବା ଘଟଣାକୁ ନେଇ ଅପହରଣକାରୀ ଏବଂ ତାର ପରିବାର ଲୋକମାନେ ଗ୍ରାମର ଝିଅ ବୋହୁଙ୍କୁ ଗାଳି ଗୁଲଜ କରିବା ଘଟଣାରେ ପୁଲିସ ଗତକାଲି ରାତିରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବାଙ୍କପାଲ୍ଲୀ ଗ୍ରାମର ବତୀ ନାୟକଙ୍କ ପୁଅ ଲିଟୁ ନାୟକ ଗତ ଫେବୃଆରୀ ମାସରେ ବଡନୟାପଲ୍ଲୀ ଗ୍ରାମର ଜଣେ ବାଳିକାକୁ ଅପହରଣ କରି ନେଇଥିଲା । ପୁଲିସ କୌଣସି ସୂତ୍ରରୁ ଖବର ପାଇ ଅପହରଣକାରୀ ଝିଅକୁ ଆଣି ନିଜ ଘରେ ରଖିଥିବାର ଜାଣି ତାର ଘର ଉପରେ ଚଢ଼ାଉ କରିଥିଲା ।  ଏଥିରେ ଉତ୍ୟକ୍ତ ହୋଇ ବତୀ ନାୟକ ଏବଂ ତାର ଦୁଇ ପୁଅ ଲିଟୁ ନାୟକ, ପିଣ୍ଟୁ ନାୟକ ଏବଂ ବତୀଙ୍କର ଭାଇ କାଳନ୍ଦୀ ନାୟକ ଗ୍ରାମବାସୀମାନେ ପୋଲିସକୁ ଖବର ଦେଉଥିବାର ସନ୍ଦେହ କରି ଉଲଗ୍ନ ହୋଇ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜଣକୁ କଣ ଅପହରଣ କରିଛୁ ଗ୍ରାମର ସମସ୍ତ ଝିଅଙ୍କୁ ଅପହରଣ କରିବୁ ବୋଲି ଧମକ ଦେଇଥିଲେ । ଏ ସଂକ୍ରାନ୍ତରେ କୁନ୍ତଳା ନାୟକ ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏସ. ଆଇ ରବିନ୍ଦ୍ରକୁମାର ପଣ୍ଡା ୧୫୭/୨୦ନମ୍ବର କେଶ ରୁଜୁ କରି ୧୫ଜଣଙ୍କ ନାମରେ ମୋକଦମା କରିଥିବାବେଳେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories