ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନକୁ ଭାରତ ଉପଯୁକ୍ତ ଉତ୍ତର ଦେଇଛି। ସୂଚନାନୁସାରେ, ପାକିସ୍ଥାନ ଆତଙ୍କବାଦୀ ଲଞ୍ଚ ପ୍ୟାଡ ଉପରେ ଭାରତ ଏୟାର ଷ୍ଟ୍ରାଇକ୍ କରିଛି। ପାକିସ୍ତାନ ଅକ୍ତିଆର ହୋଇଥିବା କାଶ୍ମୀର (ପିଓକେ)ରେ ଭାରତୀୟ ସେନାର ଏହି ବିମାନ ଆକ୍ରମଣକୁ ‘ପିନପଏଣ୍ଟ ଷ୍ଟ୍ରାଇକ୍’ ବୋଲି କୁହାଯାଉଛି । ତେବେ ଏହି ଏୟାର ଷ୍ଟ୍ରାଇକରେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଜାତୀୟ ଗଣମାଧ୍ୟମ ଆଜତକ୍ ଓ ନ୍ୟୁଜ୍ ୧୮ ପକ୍ଷରୁ ଏହି ଖବର ପ୍ରକାଶ ପାଇଛି । ତେବେ ସେନା ପକ୍ଷରୁ ଏହି ଖବରର କୌଣସି ସତ୍ୟତା ନାହିଁ ବୋଲି କୁହାଯାଇଛି । ଭାରତୀୟ ସେନାର ଲେଫ୍ଟନାଣ୍ଟ ଜେନେରାଲ ପରମଜିତ୍ ସିଂହ କହିଛନ୍ତି ଯେ ପାକ୍ ଅଧିକୃତ କାଶ୍ମୀରରେ ପ୍ରବେଶ କରି ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ଼ ଧ୍ବଂସ କରାଯିବା ଖବର ସମ୍ପୂଣ୍ଣ ମିଛ । ନିୟନ୍ତ୍ରଣ ରେଖା ଆରପଟେ ଭାରତୀୟ ସେନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି ।
ପାକ୍ ଆତଙ୍କବାଦୀ ଲଞ୍ଚ ପ୍ୟାଡ଼ରେ ଭାରତର ’ପିନ୍ ପଏଣ୍ଟ ଷ୍ଟ୍ରାଇକ୍’ ଚର୍ଚା
Popular Categories



