ଆରଡି: ରାଜ୍ୟର ପ୍ରମୁଖ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପାରିପର୍ଶ୍ବିକ ଉନ୍ନତି ପାଇଁ ପୂବ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୪୨କୋଟି ଟଙ୍କାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସୋମବାର ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର, ଡେପୁଟି କଲେକ୍ଟର ତଥା ଜିଲା ଭୂର୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ, ଚାନ୍ଦବାଲି ତହସିଲିଦାର ଅଶ୍ବନି କୁମାର ଭୂୟାଁଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ପୀଠରେ ପହଁଚି ଚାଲିଥିବା ଉନ୍ନତିମୂଳକ କାର୍ଯ୍ଯର ସମୀକ୍ଷା କରିବା ସହ ତୁରନ୍ତ କାର୍ଯ୍ଯ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ବିଶେଷକରି ମନ୍ଦିର ବେଢାର ଚତୁଃପାର୍ଶ୍ବ , ମୁଖ୍ଯ ବଜାର, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବର ସମ୍ପ୍ରସାରଣ ପାଇଁ ପୂର୍ବରୁ ହୋଇଥିବା ଜମି ଚିହ୍ନଟ ଠିକ ଭାବରେ ହୋଇନଥିବା କେତେକ ବିସ୍ଥାପିତ ଅଭିଯୋଗ କରିଥିଲେ। ଯାହାର ପୂନଃ ମାପଚୁପ କରାଯିବା ସହ ମୂଲ୍ଯାଙ୍କନ କରାଯିବ ବୋଲି ଜିଲାପାଳ ରାଉତରାୟ ବିସ୍ଥାପିତଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ଏକ କମିଟ ଗଠନ କରାଯାଇ ଜମି ଅଧିଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ପରେ ଜିଲାପାଳ ଓ ଅନ୍ଯ ଅଧିକାରୀମାନେ ପୂର୍ବ ସରକାରଙ୍କ ଦ୍ବାରା ନିର୍ମାଣ ହୋଇଥିବା ଶିବପ୍ଲାଜା, ୧ହଜାରରୁ ଉର୍ଦ୍ଧ ଚାରିଚକିଆ ଓ ୨ଚକିଆ ଯାନ ରହଣୀ ପାଇଁ ଗାଡିପାର୍କିଂ ସ୍ଥଳ ବୁଲି ଦେଖିବା ସହ ବାକି ଥିବା କାମ ତୁରନ୍ତ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଏଥିସହ ଚଳିତମାସ ଶେଷ ସୁଧା ଶିବଗଙ୍ଗା ପୁଷ୍କରିଣୀ ପାବଛ, ସୁରକ୍ଷା ପ୍ରାଚେରୀ କାର୍ଯ୍ଯ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
Comments are closed.