ଆଖଣ୍ଡଳମଣି ମନ୍ଦିରର ବରିଷ୍ଠ ପୂଜକଙ୍କ ପରଲୋକ

ଶିବବିବାହ ଉତ୍ସବରେ ‘ଯମ’ ଭୂମିକାରେ ସେବା ଯୋଗାଉଥିଲେ ଚରଣୀକାନ୍ତ

ଆରଡି : ଭଦ୍ରକ ଜିଲାର ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ପୂଜକ ଚରଣୀକାନ୍ତ ପାଢୀ(୭୨)ଙ୍କର ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ଘଟିଛି। ଚରଣିକାନ୍ତଙ୍କ ମୃତ୍ୟୁକୁ ନେଇ ସମଗ୍ର ଆରଡିପୀଠରେ ଶୋକର ଛାୟା ଖେଳି ଯାଇଥିଲା। ଚରଣୀକାନ୍ତ ମଣିବାବାଙ୍କ ଶିବବିବାହ ଉତ୍ସବରେ ‘ଯମ’ ଭୂମିକା ଭାବେ ଦୀର୍ଘବର୍ଷ ଧରି ସେବା ଯୋଗାଇ ଆସୁଥିଲେ। ଏପରିକି ବିଗତ ଦିନରେ ବହୁ ଗୀତିନାଟ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରି ବେଶ ଲୋକମାନଙ୍କର ଆଦୃତ ହୋଇଥିଲେ। ତାହାସହ ସେ ମଣିବାବଙ୍କର ସେବାକାରୀ ହୋଇଥିବାରୁ ଦୈନଦିନ ସେବାକାର୍ଯ୍ୟ ତୁଲାଉଥିଲେ। ଗତ କିଛିଦିନ ହେବ ଅସୁସ୍ଥତା ଯୋଗୁ ପୀଡା ଅନୁଭବ କରୁଥିଲେ। ଗତକାଲି ରାତିରେ ଚରଣୀକାନ୍ତଙ୍କର ଦେହ ଅଧିକ ଅସୁସ୍ଥ ହୋଇ ପଡିବା ସହିତ ହୃଦଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପୁତ୍ର ବାଉନ ପାଢୀଙ୍କ ସହ ପରିବାରବର୍ଗ ଉପସ୍ଥିତ ଥିଲେ।

Comments are closed.