www.samajalive.in
Saturday, December 6, 2025
15.1 C
Bhubaneswar

ଏପ୍ରିଲ ୧୩ରେ ଆଖଣ୍ଡଳମଣିଙ୍କ ବୈଶାଖୀ ବ୍ରତ ; ଲାଗି ହେବନି ଗୋପାଳ ଭକ୍ତଙ୍କ ଜଳଭାର

ଆରଡି ; ଚଳିତମାସ ୧୩ରେ  ବାବା ଆଖଣ୍ଡଳମଣିଙ୍କ ବୈଶାଖୀବ୍ରତ। ଏହି ବ୍ରତ ମହାବିଷୁବ ସଂକ୍ରାନ୍ତି ଠାରୁ ଏକମାସ ଧରି ପାଳିତ ହେବ। ଏଥିସହ ମଣିବାବଙ୍କର ଏହି ବୈଶାଖୀ ବ୍ରତ ମହାବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ। ବର୍ଷସାରା ମଣିବାବଙ୍କ ଠାରେ ପର୍ବପର୍ବାଣୀ ଓ ନୀତିକାନ୍ତି ହୋଇଥାଏ। ତାହାସହ ପୀଠରେ ପ୍ରଚଳିତ ନୂଆ ବିରଜା ପାଞି ମଣିବାବାଙ୍କ ନିକଟରେ ପରମ୍ପରା ଅନୁଯାୟୀ ପୁଜାର୍ଚ୍ଚନା ସରିବା ପରେ ଜ୍ୟୋତିଷଙ୍କ ଦ୍ୱାରା ପଠନ କରାଯାଇଥାଏ। ବିଶେଷକରି ପୀଠର ଶହଶହ ବର୍ଷର ପରମ୍ପରା ଅନୁଯାୟୀ ବୈଶାଖୀ ବ୍ରତ ଠାରୁ ଏକମାସ ବ୍ୟାପି ଗୋପାଳ ଭକ୍ତମାନେ ବିଭିନ୍ନ ନଦୀରୁ ଜଳଭାର ଆଣି ମଣିବାବାଙ୍କ ଠାରେ ଲାଗି କରିଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ପଣା ଓ ଘର୍ଷଣ ଭୋଗ ଲାଗି କରିଥାନ୍ତି। ହେଲେ ଏବେ ସାରା ବିଶ୍ୱରେ ମହାମାରୀ କରୋନା ଦେଖା ଦେଇଥିବାରୁ ତହାକୁ ଯେପରି ରୋକା ଯାଇପାରିବ ସେଥିପାଇଁ ଗତ ମାର୍ଚ୍ଚମାସ ୨୦ରୁ ସାରା ରାଜ୍ୟକୁ ଲକଡାଉନ୍ କରାଯାଇଛି। ଯାହାଫଳରେ ଦୀର୍ଘ ୧୩ଦିନ ହେବ ମନ୍ଦିର ରହିଥିବା ବେଳେ ଆଗନ୍ତୁକ ଭକ୍ତମାନଙ୍କର ଦର୍ଶନ ଓ ପୂଜାର୍ଚ୍ଚନାକୁ ସମ୍ପୁର୍ଣ୍ନ ଭାବେ ବନ୍ଦ କରିଦିଆଯାଇଛି। ସେହିପରି  ଚଳିତ ବୈଶାଖୀ ବ୍ରତରେ ମଣିବାବଙ୍କ ଉପରେ ଜଳଲାଗି ପାଇଁ ଭକ୍ତଙ୍କ  ଜଳଭାର ଉପରେ ରୋକ ଲଗାଇଛି ମନ୍ଦିର ପ୍ରଶାସନ। ତାହାସହ ଆସନ୍ତା ଏପ୍ରିଲ ୧୪ ଯାଏଁ  ମନ୍ଦିର ମଧ୍ୟରେ ସେବାୟତଙ୍କ ଦ୍ୱାରା ଦୈନଦିନ ନିତିକାନ୍ତି ଓ  ବୈଶାଖୀ ବ୍ରତ ସମ୍ପନ୍ନ କରାଯିବା ପାଇଁ ପୁର୍ନବାର ବୁଧବାର ଦିନ  ଏକ ନଟକା ଜାରି କରିଛି ମନ୍ଦିର ପ୍ରଶାସନ। ଅନ୍ୟପଟେ ବୈଶାଖୀ ବ୍ରତର ନୀତିକାନ୍ତି ପାଇଁ ସମସ୍ତ ପ୍ରସ୍ତୁତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରାଯିବା ସହିତ ମଣିବାବଙ୍କୁ ଜଳାଛାୟା କରାଯିବ ବୋଲି ସେବାୟତଙ୍କ ପକ୍ଷରୁ ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories