ପ୍ରଧାନଶିକ୍ଷକଙ୍କୁ କୈଫତ ତଲବ କଲେ ଜିଲାପାଳ-ଜିଲାଶିକ୍ଷାଧିକାରୀ

ଆରଡି : ଭଦ୍ରକ ଜିଲାର ପୁରାତନ ବିଦ୍ୟାଳୟ ଭାବେ ଖ୍ୟାତି ଅର୍ଜନ କରିଥିବା ଆରଡିପୀଠର ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଜିଲା ଶିକ୍ଷା ବିଭାଗର ଅଣଦେଖା ଯୋଗୁ ନାନାବିଧ ସମସ୍ୟା ଲାଗି ରହିଥିବା ଗତ ଗୁରୁବାର ଦୈନିକ ‘ସମାଜ’ରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଭଦ୍ରକ ଜିଲାପାଳ ଜ୍ଞାନ ଦାସ ଓ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟସ ଉକ୍ତ ବିଦ୍ୟାଳୟକୁ ଜାରି କରିଛନ୍ତି। ବିଶେଷକରି ମଧ୍ୟାହ୍ନଭୋଜନ ନିମନ୍ତେ ଛାତ୍ରଛାତ୍ରୀମାନେ ୩ଶହ ମିଟର ଅସୁରିକ୍ଷିତ ରାସ୍ତାରେ ଚାଲିଚାଲି ଯିବା, ପିଅନ-ଝାଡୁଦାର ଥାଇ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ଓଳାଇବା, ଶିକ୍ଷକମାନଙ୍କ ମଧ୍ୟରେ ସମନ୍ୱୟ ରହୁନଥିବାରୁ ବିଭିନ୍ନ ସମୟରେ ବିଦ୍ୟାଳୟରେ ପାଠପଢା ଆଦି ନହେବା ବାବଦରେ ତୁରନ୍ତ ଏକ ରିପୋର୍ଟ ଦେବା ପାଇଁ ଜିଲା ଶିକ୍ଷା ଅଧିକାରୀ ଶ୍ରୀ ସାହୁ ଏକ ପତ୍ର ମୋବାଇଲ ଯୋଗେ ପ୍ରେରଣ କରିଥିବା ପ୍ରକାଶ କରିଛନ୍ତି।

Comments are closed.