www.samajalive.in
Sunday, December 14, 2025
16.1 C
Bhubaneswar

କୃଷିର ଉନ୍ନତିରେ ରାଜ୍ୟର ଉନ୍ନତି

ଭୁବନେଶ୍ୱର: ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡ. ଅରବିନ୍ଦ କୁମାର ପାଢ଼ୀ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଡ. ପାଢ଼ୀଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ଡ. ପାଢ଼ୀ ବିଭାଗୀୟ ଅଧିକାରୀମାନଙ୍କଠାରୁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ପଚାରି ବୁଝିବା ସହିତ କାର୍ଯ୍ୟକ୍ରମ ରୂପାୟନରେ ସଂପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ଓ ଦଳଗତ ମନୋଭାବ ନେଇ କାର୍ଯ୍ୟ ସଂପାଦନ ନିମନ୍ତେ ପରାମର୍ଶ ଦେଇଥିଲେ । କୃଷି ରାଜ୍ୟ ଅର୍ଥନୀତିର ଅନ୍ୟତମ ମୁଖ୍ୟ ସ୍ରୋତ ହୋଇଥିବା ପରିପ୍ରେକ୍ଷୀରେ କୃଷିର ଉନ୍ନତିରେ ରାଜ୍ୟର ଉନ୍ନତି ସାଧିତ ହୋଇପାରିବ ବୋଲି ଦର୍ଶାଇଥିଲେ। ରାଜ୍ୟର ଲୋକସଂଖ୍ୟାର ଏକ ବୃହତ ଭାଗ ସେମାନଙ୍କ ଜୀବିକା ନିର୍ବାହ ନିମନ୍ତେ କୃଷି ଓ ଆନୁଷଙ୍ଗିକ କୃଷି ଉପରେ ନିର୍ଭର କରୁଥିବାବେଳେ କୃଷି ଓ କୃଷକମାନଙ୍କ ସର୍ବାଙ୍ଗୀନ ଉନ୍ନତି ଓ ଆୟବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅନେକଗୁଡ଼ିଏ କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସଫଳ ରୂପାୟନ କରି ଯୋଜନାର ସୁଫଳକୁ ଚାଷୀମାନଙ୍କ ନିକଟରେ ସିଧାସଳଖ ପହଞ୍ଚାଇବା ନିମନ୍ତେ ଡ. ପାଢ଼ୀ କହିଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏବଂ ବିଭିନ୍ନ ଜିଲାର ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ସମୟରେ ସେ କୃଷି ଓ କୃଷକମାନଙ୍କ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ପ୍ରକାଶ କରିଥିଲେ । କୃଷି ଓ କୃଷକମାନଙ୍କ ଉନ୍ନତି ନିମନ୍ତେ ବିଭାଗ କାର୍ଯ୍ୟ କରୁଥିବା ପରିପ୍ରେକ୍ଷୀରେ କୃଷକର ହିତ ସାଧନ ଅଧିକାରୀ ଓ କର୍ମଚାରୀମାନଙ୍କ ମୂଳ ଲକ୍ଷ୍ୟ ହେବା ଉଚିତ । କୃଷିର ଉନ୍ନତି ଦିଗରେ ସମସ୍ତେ ସଂପୂର୍ଣ୍ଣ ନିଷ୍ଠା ଓ ସମର୍ପଣ ମନୋଭାବ ନେଇ କାର୍ଯ୍ୟ ସଂପାଦନ କରିବା ପାଇଁ ଡ. ପାଢ଼ୀ ପରାମର୍ଶ ଦେଇଥିଲେ । ରାଜ୍ୟକୁ କୃଷି କ୍ଷେତ୍ରରେ ଅଗ୍ରଣୀ କରିବା ନିମନ୍ତେ ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ ବିଚାର ବ୍ୟକ୍ତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ରାଜ୍ୟରେ ଦ୍ୱିତୀୟ ମୁଖ୍ୟ ଜୀବିକା ହସ୍ତତନ୍ତ ହୋଇଥିବାବଳେ ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସପ୍ତାହର ଗୋଟିଏ ଦିନ ହସ୍ତତନ୍ତ ନିର୍ମିତ ପୋଷାକ ପରିଧାନ କରିବା ପାଇଁ ଡ. ପାଢ଼ୀ ପରାମର୍ଶ ଦେଇଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories