www.samajalive.in
Saturday, December 13, 2025
27.1 C
Bhubaneswar

ଓଡ଼ିଶାର ବନଜାତ ଦ୍ରବ୍ୟ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି

ଚିକିଟି : ଓଡ଼ିଶାର ଜଳ ଓ ଜମି ପରେ ଏବେ ଚିକିଟି ବ୍ଲକର ବନଜାତ ଦ୍ରବ୍ୟ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ପଡିଛି। ଚିକିଟି ବ୍ଲକର ଧାନାଶିଆ ବାଉଁଶ ଜଙ୍ଗଲରୁ ଉତ୍ତମ କିସମର ବାଉଁଶକୁ ଦୀର୍ଘ ୮ ବର୍ଷ ହେଲା ଲୁଟିବାରେ ଲାଗିଛି। ହେଲେ ଏ ସମ୍ପର୍କରେ ବନ ବିଭାଗ ପାଖରେ ଖବର ନରହିବା ଆଶ୍ଚର୍ଯ୍ୟଜନକ ମନେ ହୋଇଛି।
ପଡୋଶୀ ଆନ୍ଧ୍ର ସବୁବେଳେ ଓଡ଼ିଶାର ପ୍ରାକୃତିକ ସମ୍ପଦ ଲୁଟବାରେ ସିଦ୍ଧହସ୍ତ । ବନ ବିଭାଗର ଜାଣତରେ ହେଉ ଅବା ଅଜାଣତରେ ୧୦ବର୍ଷ ହେଲା ଆନ୍ଧ୍ର ବେପାରୀ ଲୁଟୁଛନ୍ତି ଓଡ଼ିଶାର ବାଉଁଶ। ପଥୁରିଆ ଜଙ୍ଗଲରେ ବାଉଁଶ ଜଙ୍ଗଲ ସୃଷ୍ଟି କରିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେଥିରୁ ସୃଷ୍ଟି ହେଉଥିବା ବାଉଁଶ ଏବେ ମାଫିଆଙ୍କ କବ୍ଜାରେ। ଚିକିଟି ବ୍ଲକର ଧାନରାଶିଆ ବାଉଁଶ ଜଙ୍ଗଲରେ ଶାଳାମ୍ବ କିସମର ବାଉଁଶ ଚାରା ରୋପଣ କରାଯାଇଛି। ଦୀର୍ଘ ୧୦ ବର୍ଷ ହେଲା ଆନ୍ଧ୍ର ବେପାରୀଙ୍କ ଦ୍ବାରା ଏହି ଜଙ୍ଗଲରୁ ଏହି କିସମର ବାଉଁଶ ଲୋପ ପାଇବାରେ ଲାଗିଛି। ପୂର୍ବରୁ ଏହା ଏକ ସ୍ୱତଃପ୍ରବୃତ୍ତ ବାଉଁଶ ଜଙ୍ଗଲ ଥିଲା। ପରବର୍ତ୍ତୀ ସମୟରେ ଏହାକୁ ଅଧିକ ଘଞ୍ଚ ଓ ଲାଭଦାୟକ କରିବା ଉଦ୍ଦେଶ୍ୟରେ ୮ବର୍ଷ ହେଲା ଶାଳାମ୍ବ ବାଉଁଶ ଚାରା ରୋପଣ କରାଯାଉଛି। କିନ୍ତୁ ଆଜିଯାଏଁ ବନ ବିଭାଗ ଗୋଟିଏ ବି ବାଉଁଶ ଆଦାୟ କରିପାରିନି। ବନ ବିଭାଗର କହିବା କଥା ହେଲା ବନ ନିଗମକୁ ଗଲା ଭଳି ବାଉଁଶ ଏହି ଜଙ୍ଗଲରେ ନାହିଁ। କିନ୍ତୁ ଅସଲ କଥା ହେଲା ଆଜକୁ ଦୀର୍ଘ ୮ ବର୍ଷରେ ବାଉଁଶ ଜଙ୍ଗଲରୁ ସବୁ ବାଉଁଶ ମାଫିଆଙ୍କ ମୁହଁରେ ଯାଉଛି । ଦୈନିକ ଦୁଇ ହଜାରରୁ ଅଧିକ ବାଉଁଶ କଟାଯାଇ ପଡ଼ୋଶୀ ଆନ୍ଧ୍ରକୁ ବିଭିନ୍ନ ଗାଡିରେ ଚାଲାଣ ହେଉଛି।
ସୂଚନା ମୁତାବକ ପୋଡାପଦର ଓ ନାକମୁଦିଆଠାରୁ ଅଳ୍ପଦୂର ନୂଆଗାଁ ବାଉଁଶ ମାଫିଆଙ୍କ କେନ୍ଦ୍ରବିନ୍ଦୁ ସ୍ଥଳ ପାଲଟିଛି। କାଠୁରିଆମାନେ ଜଙ୍ଗଲରୁ ବାଉଁଶ ହାଣି ବିଡ଼ାକରି ରାସ୍ତା ପାର୍ଶ୍ବରେ ବିଭିନ୍ନ ଗଛକୁ ଭରା କରି ରଖନ୍ତି। ରାତିରେ ତାହାକୁ ଚାଲାଣ କରାଯାଉଛି । ପ୍ରତିଦିନ ଏପରି ଚାଲାଣ ଜାରି ରହୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ଏ ସମ୍ପର୍କରେ ସମ୍ପୃକ୍ତ ଚିକିଟି ବନପାଳଙ୍କୁ ପଚାରିବାରୁ ବାଉଁଶ ଚୋରା ଚାଲାଣ ଉପରେ ତାଙ୍କ ନିକଟରେ କୌଣସି ଖବର ନଥିବା କହିବା ସହ ବନରକ୍ଷୀଙ୍କୁ ପଚାରିବାକୁ କହି କଥା ଟାଳି ଦେଇଥିଲେ। ବନରକ୍ଷୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ବନପାଳଙ୍କ କହିବା କଥା ଯଦି ଧାନରାଶିଆ ଜଙ୍ଗଲରେ ବାଉଁଶ ନାହିଁ, ତେବେ ୮ ବର୍ଷ ହେଲା ସୃଷ୍ଟି ହୋଇଥିବା ବାଉଁଶ କୁଆଡେ ଗଲା ତାହା ଏବେ ପ୍ରଶ୍ନ ହୋଇଛି। ଏପଟେ ଦୈନିକ ହଜାର ହଜାର ବାଉଁଶ ଆନ୍ଧ୍ରକୁ ଚୋରା ଚାଲାଣ ହେଉଛି।

 

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories