ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ପିଆଜିଓର ନୂଆ ମଡେଲ ସ୍କୁଟର ‘ଅପ୍ରିଲା ଷ୍ଟ୍ରୋମ ୧୨୫’ ମେ ମାସରେ ବଜାର ପ୍ରବେଶ କରାଇବ। ଗତବର୍ଷ ଏହାର ବଜାର ପ୍ରବେଶ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ କୌଣସି କାରଣ ଯୋଗୁଁ ଏଥିରେ ବିଳମ୍ବ ହୋଇଥଲା। ସୂଚନା ଅନୁସାରେ ଅପ୍ରିଲା ଷ୍ଟ୍ରୋମ ୧୨୫ ମେ ମାସରେ ଲଞ୍ଚ କରିବ। ଏହି ସ୍କୁଟର କିଣିବା ପାଇଁ ଅଳ୍ପକିଛି ଅପ୍ରିଲା ଡିଲର୍ସରେ ଏହାର ବୁକିଂ ଆରମ୍ଭ ହୋଇଯାଇଛି। ଏଥିପାଇଁ ଗ୍ରାହକ ୧ହଜାର ଟୋକନ ଦେଇ ବୁକିଂ କରିପାରିବେ। ଭାରତୀୟ ବଜାରରେ ‘ଷ୍ଟ୍ରୋମ ୧୨୫’ର ମୂଲ୍ୟ ୬୫ହଜାର ଟଙ୍କା ରହିଛି। ଅଟୋମୋବାଇଲ ବଜାରରେ ଏହି ସ୍କୁଟର ସବୁଠାରୁ ଶସ୍ତା ଥିବା ଜଣାପଡିଛି।
ଏହାବ୍ୟତୀତ ଏହି ସ୍କୁଟରରେ ୧୨୫ସିସି ଏକକ ସିଲିଣ୍ଡର ରହିଛି। ବ୍ରେକିଂ ପାଇଁ ସ୍କୁଟରର ପ୍ରଥମ ଭାଗରେ ଡିସ୍କ ଓ ରିୟରରେ ଡ୍ରମ ବ୍ରେକ, ସିବିଏସ୍ ସୁବିଧା ଦିଆଯିବ। ଅଟୋମୋବାଇଲ ବଜାରରେ ଏହି ସ୍କୁଟରର ପ୍ରତିଯୋଗିତା ଟିଭିଏସ ଓ ହୋଣ୍ଡା ସହ ହେବ।
ମେ ମାସରେ ବଜାରକୁ ଆସିବ ‘ଅପ୍ରିଲିଆ ଷ୍ଟ୍ରୋମ ୧୨୫’ ସ୍କୁଟର
Popular Categories



