ଆବଶ୍ୟକ ସାମଗ୍ରୀ
ସେଓ – ୨ଟି
ବେସନ – ୪ ଚାମଚ
ଚାଉଳ ଗୁଣ୍ଡ – ୨ ଚାମଚ
ତେଲ – ଆବଶ୍ୟକ ସାମଗ୍ରୀ
ଲଙ୍କା ଗୁଣ୍ଡ – ଅଳ୍ପ
ଚାର୍ଟ ମସଲା – ଅଳ୍ପ
ବେକିଙ୍ଗ ସୋଡ଼ା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସେଓକୁ ସରୁ ସରୁ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଏକ ପାତ୍ରରେ ବେସନ, ଚାଉଳ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚାର୍ଟ ମସଲା , ଲୁଣ, ବେକିଙ୍ଗ ସୋଡ଼ା, ଅଳ୍ପ ପାଣି ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମିଶ୍ରଣରେ କଟା ସେଓକୁ ବୁଡ଼ାଇ ତେଲରେ ଭଲ ଭାବେ ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ସେଓ ପକୋଡ଼ା।
ସେଓ ପକୋଡ଼ା
Popular Categories



