କାବୁଲ : ଆଫଗାନିସ୍ତାନରେ ଶନିବାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେଉଛି। ବିଦ୍ରୋହୀମାନଙ୍କ ଧମକ ସତ୍ତ୍ବେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟରମାନେ ନିଜ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏହି ନିର୍ବାଚନ ରଣାଙ୍ଗନରେ ୧୫ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବାବେଳେ ବର୍ତ୍ତମାନର ରାଷ୍ଟ୍ରପତି ଅସ୍ରଫ ଘାନୀ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅବଦୁଲ୍ଲା ଅବଦୁଲ୍ଲାସିନଙ୍କ ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦିତା ହେଉଛି।
ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ କାନ୍ଦାହାର ସହରର ଦକ୍ଷିଣାଞ୍ଚଳରେ ଅବସ୍ଥିତ ଏକ ମସଜିଦରେ ବିସ୍ଫୋରଣ ଘଟିଛି ।ଏହି ମସଜିଦକୁ ମତଦାନ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିଲା। ସେହି କେନ୍ଦ୍ର ନିକଟରେ ଆଜି ହୋଇଥିବା ବିସ୍ଫୋରଣରେ ପ୍ରାୟ ୧୫ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଅନ୍ୟ ଏକ ବିସ୍ଫୋରଣ ଶୋରଖ ରୋଡରେ ଘଟିଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ତେବେ କୁନ୍ଦୁଜ ପ୍ରଦେଶରେ ଏକ ରକେଟ୍ ଆର୍କମଣରେ ଜଣେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି।
ଆଫଗାନିସ୍ତାନ ଆନ୍ତଃବ୍ୟାପାର ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ଥିବା ୫୦୦୦ ମତଦାନ କେନ୍ଦ୍ରର ସୁରକ୍ଷା ଲାଗି ୭୨ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।



