ବଜାରକୁ ଆସିବ ଆପଲର ଫୋଲଡ଼େବୁଲ ଆଇଫୋନ୍ !

ନୂଆଦିଲ୍ଲୀ : ସାମସଙ୍ଗ, ମୋଟୋରୋଲା ଏବଂ ହୁଆୱେ ଭଳି ଅଧିକାଂଶ ମୋବାଇଲ୍ କମ୍ପାନୀ ବଜାରରେ ଫୋଲଡେବୁଲ ଫୋନ ପ୍ରବେଶ କରି ସାରିଛି। ମାତ୍ର ଏ କ୍ଷେତ୍ରରେ ଆପଲ୍ ପଛରେ ରହିଛି। ତେବେ ଟେକ୍ନୋଲୋଜି କ୍ଷେତ୍ରରେ ବରିଷ୍ଠ କମ୍ପାନୀ ଆପଲ ଖୁବଶୀଘ୍ର ତାର ନୂଆ ଫୋଲଡେବୁଲ୍ ଆଇଫୋନର ବଜାର ପ୍ରବେଶ କରିବ ବୋଲି ଜଣାପଡିଛି। ୨୦୨୨ ମସିହା ସେପ୍ଟେମ୍ବରରେ ଆପଲ୍ ଏହାର ପ୍ରଥମ ଫୋଲଡେବଲ୍ ଆଇଫୋନ୍ ବଜାର ପ୍ରବେଶ କରିବ। କୁହାଯାଉଛି ଯେ, ଆପଲ୍ ର ପ୍ରଥମ ଫୋଲଡେବଲ୍ ଫୋନ୍ ଓଏଲଇଡି କିମ୍ବା ମାଇକ୍ରୋଲେଡ୍ ସ୍କ୍ରିନ୍ ସହିତ ବଜାରକୁ ଆସିବ।

prayash

ଉଲ୍ଲେଖ ଯୋଗ୍ୟ, ଟେକ୍ନୋଲୋଜି କ୍ଷେତ୍ରରେ ବରିଷ୍ଠ କମ୍ପାନୀ ହେଉଛି ଆପଲ୍। ଆମେରିକାର କାର୍ଲିଫନିଆ​‌ରେ ଏହା ମୁଖ୍ୟ ଅଫିସ୍ ରହିଛି। ଆପଲ କମ୍ପ୍ୟୁଟର, ମୋବାଇଲ ଡିଭାଇସ, ଆଇପାଡ୍, ଆଇଫୋନ୍ ଓ ସଫ୍ଟୱେର ତିଆରି କରୁଥିବା କମ୍ପାନୀ। କମ୍ପାନୀର ପ୍ରତିଷ୍ଠାତା ହେଉଛନ୍ତି ଷ୍ଟିଭ ଜବସ୍।

Comments are closed.