www.samajalive.in
Wednesday, December 10, 2025
26.1 C
Bhubaneswar

ରୋକଠୋକ କହିଲେ ମୋଦୀ, ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶକୁ ଜବାବ ଦେବାକୁ ହେବ

ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ପାକିସ୍ଥାନକୁ ଟାର୍ଗେଟ କରିଛନ୍ତି। ମୋଦୀ କହିଛନ୍ତି, ଆତଙ୍କବାଦ ଆଜି ବିଶ୍ୱର ସବୁଠାରୁ ବଡ ସମସ୍ୟା ଭାବେ ଉଭା ହୋଇଛି ତେଣୁ ଏହା ନିଶ୍ଚିତ ହେବା ଆବଶ୍ୟକ ଯେ ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଗୁଡିକ ବିଶ୍ୱରେ ଯେକୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଦାୟୀ ରହିବେ। ବ୍ରିକ୍ସ ଭର୍ଚୁଆଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏବଂ ଦକ୍ଷିଣ ଆଫ୍ରିକା କୋଭିଡ -୧୯ ଟିକା ଏବଂ ଯାଞ୍ଚ କ୍ଷେତ୍ରରେ ଚୁକ୍ତିନାମା ହୋଇଛି। ଏଥିରେ ରିହାତି ପାଇଁ ପ୍ରସ୍ତାବ ଦିଆଯାଇଛି। ବାକି ବ୍ରିକ୍ସ ଦେଶ ମଧ୍ୟ ଏହାକୁ ସମର୍ଥନ କରିବେ ବୋଲି ଭାରତ ଆଶା କରୁଥିବା ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଡିଜିଟାଲ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଭାରତ କାର୍ଯ୍ୟ କରିବ।

ଚଳିତ ବ୍ରିକ୍ସ ସମ୍ମିଳନୀରେ ବ୍ରାଜିଲ, ରୁଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ସାମିଲ ହୋଇଛନ୍ତି। ଏଥର ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ବିଶ୍ୱ ସ୍ଥିରତା, ସୁରକ୍ଷା ଏବଂ ଅଭିନବ ବିକାଶ’। ଆସନ୍ତା ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିବ ବୋଲି ବିଦେଶ ମନ୍ତ୍ରଣାଳୟ କହିଛି। ୨୦୧୧ରେ ଭାରତ ତ୍ରୟୋଦଶ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିବ। ଏହା ପୂର୍ବରୁ ଭାରତ ୨୦୧୨ ଏବଂ ୨୦୧୬ରେ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀରେ ଅଧ୍ୟକ୍ଷତା କରିଛି।

- Advertisement -

ବ୍ରିକ୍ସ ସମ୍ମିଳନୀରେ ପାରସ୍ପରିକ ସହଯୋଗ ଏବଂ ଆତଙ୍କବାଦ, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶକ୍ତି ଏବଂ କରୋନା ମହାମାରୀ ଜନିତ କ୍ଷତିପୂରଣ ପରି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏଥିରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବ୍ୟତୀତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେଇଛନ୍ତି।

ବ୍ରିକ୍ସର ଦୁଇ ପ୍ରମୁଖ ସଦସ୍ୟ ଦେଶ ଭାରତ ଏବଂ ଚୀନ୍ ମଧ୍ୟରେ ପୂର୍ବ ଲଦାଖରେ ତିକ୍ତତା ଲାଗି ରହିଥିବା ବେଳେ ବ୍ରିକ୍ସ ସମ୍ମିଳନୀକୁ ଗୁରୁତ୍ୱର ସହ ଗ୍ରହଣ କରାଯାଉଛି। ତେବେ ଉଭୟ ପକ୍ଷ ବର୍ତ୍ତମାନ ଉଚ୍ଚ ଅଂଚଳରୁ ସେନା ଅପସାରଣ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ଗତ ଏକ ମାସ ମଧ୍ୟରେ ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜିନପିଙ୍ଗ ଭିଡିଓ କଲରେ ମୁହାଁମୁହିଁ ହୋଇଛନ୍ତି। ଦୁହେଁ ଗତ ସପ୍ତାହରେ ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗ ଦେଇଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories