www.samajalive.in
Wednesday, December 10, 2025
26.1 C
Bhubaneswar

ମାଳତୀଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ଅଙ୍ଗନବାଡ଼ି ଶିଶୁମାନଙ୍କୁ ଜୋତା, ମୋଜା ଏବଂ ସ୍ବେଟର ପ୍ରଦାନ

ଭୁବନେଶ୍ୱର : ଚଳିତ ବର୍ଷଠାରୁ ଅଙ୍ଗନବାଡ଼ିରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ଲାଭ କରୁଥିବା ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କ
ନିମନ୍ତେ ମାଳତୀଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା ଏବଂ ସ୍ବେଟର ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜୋତା ପିଲାମାନଙ୍କ ପାଦକୁ କୌଣସି ଖଣ୍ଡିଆଖାବରାଜନିତ ଦୁର୍ଘଟଣାରୁ ସୁରକ୍ଷା ଦେବ ଏବଂ ଶୀତଋତୁରେ ସ୍ବେଟର ସେମାନଙ୍କୁ ଶୀତରୁ ସୁରକ୍ଷା ଦେବାରେ ସହାୟକ ହେବ । ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆୟୋଜିତ ଉତ୍ସବରେ ଶିଶୁମାନଙ୍କୁ ଜୋତାମୋଜା ଏବଂ ଶୀତବସ୍ତ୍ର ବଣ୍ଟନ ଆରମ୍ଭ ହୋଇଛି । ୧୭ ନଭେମ୍ବର ସୁଦ୍ଧା ରାଜ୍ୟରେ ଥିବା ୭୨,୫୮୭ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୫୨,୪୮୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଏକ ହଳ ଜୋତା ଓ ମୋଜା ଏବଂ ଗୋଟିଏ ସ୍ବେଟର ପ୍ରଦାନ କରାଯାଇଛି । ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ନିୟମାବଳୀ ଅନୁସାରେ ପିଲାମାନଙ୍କୁ କଳା ଜୋତା, ଗୋଲାପି ମୋଜା ଏବଂ ଖଇରିଆ ରଙ୍ଗର ଭି-ନେକ୍‌ ବିଶିଷ୍ଟ ପୂରା ହାତର ସ୍ବେଟର ପ୍ରଦାନ କରାଯାଇଛି । ୨୫ ନଭେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁମାନଙ୍କୁ ସ୍ବେଟର ଦେବା କାର୍ଯ୍ୟ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପିଲାମାନଙ୍କୁ ଏହି ସବୁ ସାମଗ୍ରୀ ବଣ୍ଟନ ସପୟରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ମାତୃ ଏବଂ ଯାଞ୍ଚ କମିଟିର ସଦସ୍ୟ, ପିତାମାତା, ଜେଜେବାପା, ଜେଜେ ମା’ ମାନେ ଉପସ୍ଥିତ ଥିଲେ । ଏହି ପରିଧାନ ବିତରଣ କାର୍ଯ୍ୟକ୍ରମରେ କୋଭିଡ୍‌ ନିୟମାବଳୀର କଡ଼ାକଡ଼ି ଅନୁପାଳନ କରାଯାଇଥିଲା ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories