www.samajalive.in
Tuesday, December 9, 2025
15.1 C
Bhubaneswar

ଟିକା ଉତ୍ପାଦନ ଓ ବଣ୍ଟନ ପାଇଁ ଆପେକ୍‍ ନେତାମାନେ ସଂକଳ୍ପବଦ୍ଧ

ୱିଲିଂଟନ : ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସହଯୋଗ ଆପେକ୍‍ର ନେତାମାନେ କୋଭିଡ-୧୯ର ମୁକାବିଲା ପାଇଁ ପ୍ରତିଷେଧକ ଟିକା ଉତ୍ପାଦନ ଓ ପରସ୍ପର ମଧ୍ୟରେ ବଣ୍ଟନ ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି। ସେହି ନେତାମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ଓ ଋଷ ରାଷ୍ଟ୍ରପତି ବ୍ଲାଦିମର ପୁତିନ ଅଛନ୍ତି। ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସହଯୋଗ ସଦସ୍ୟ ଦେଶଗୁଡ଼ିକର ନେତାମାନେ କୋଭିଡ ପ୍ରତିଷେଧକ ଟିକା ଉତ୍ପାଦନ ଜ୍ଞାନକୌଶଳକୁ ସ୍ୱେଚ୍ଛାକୃତ ଭାବେ ଅନ୍ୟ ଦେଶମାନଙ୍କୁ ଦେବା ପାଇଁ ମତବ୍ୟକ୍ତ କରିଛନ୍ତି।
ନ୍ୟୁଜିଲ୍ୟାଣ୍ଡରେ ଅନୁଷ୍ଠିତ ଭର୍ଚୁଆଲ୍‍ ବୈଠକରେ ଜାରି ଏକ ମିଳିତ ବିବୃତିରେ କୋଭିଡ ସଂକ୍ରମଣର ଉଭୟ ଜନସାଧାରଣ ଓ ଅର୍ଥନୀତି ଉପରେ ଗଭୀର କୁପ୍ରଭାବ ପଡ଼ିଥିବା ବିଷୟ ନେତୃବୃନ୍ଦ ଉଲ୍ଲେଖ କରିଛନ୍ତି। ନିରାପଦ, ଫଳପ୍ରଦ, ଶସ୍ତା ତଥା ଉତ୍ତମ ମାନର କୋଭିଡ ପ୍ରତିଷେଧକ ମାଧ୍ୟମରେ ଏହି ବିଶ୍ୱବ୍ୟାପୀ ସଂକ୍ରମଣର ମୁକାବିଲା କରାଯାଇ ପାରିବ ବୋଲି ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି। କୋବିଡ-୧୯ର ମୁକାବିଲା ଓ ଅର୍ଥନୀତି ଉପରେ ପଡ଼ୁଥିବା କୁପ୍ରଭାବକୁ ପ୍ରତିହତ କରିବା ଲକ୍ଷ୍ୟରେ ଆପେକ୍‍ ନେତାମାନେ ଏହି ଭର୍ଚୁଆଲ ବୈଠକ କରିଥିଲେ। ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସହଯୋଗ ବୈଠକରେ ଆୟୋଜନ କରିଥିବା ନ୍ୟୁଜିଲ୍ୟାଣ୍ଡ ନଭେମ୍ବର ମାସରେ ଆନୁଷ୍ଠାନିକ ଭାବେ ବୈଠକ ବସିବା ପୂର୍ବରୁ ଏହି ବୈଠକ ଡକାଇଥିଲା। ପ୍ରଥମ ଥର ପାଇଁ ଏଭଳି ଏକ ଅତିରିକ୍ତ ବୈଠକ ଅନୁଷ୍ଠିତ ହୋଇଛି। ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେନ କହିଛନ୍ତି ଏହି ବୈଠକ କୋବିଡ ପ୍ରତିଷେଧକ ଉତ୍ପାଦନ ଜ୍ଞାନକୌଶଳର ଆଦାନ ପ୍ରଦାନକୁ ତ୍ୱରାନ୍ୱିତ କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories