BSKY banner  750×100

ଅନୁଭବଙ୍କ ଛାଡପତ୍ର ପିଟିସନକୁ ଓଡ଼ିଶା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଯାଇପାରନ୍ତି ବର୍ଷା ପ୍ରିୟଦର୍ଶିନୀ !

nua o banner

ଭୁବନେଶ୍ବର: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ ଦାଖଲ କରିଥିବା ଛାଡପତ୍ର ପିଟିସନକୁ ଓଡ଼ିଶା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଯାଇପାରନ୍ତି ବର୍ଷା ପ୍ରିୟଦର୍ଶିନୀ।  ପରିଚାଳନାଗତ ସୁବିଧା ପାଇଁ ଓଡ଼ିଶାକୁ ମାମଲା ସ୍ଥାନାନ୍ତର ନିମନ୍ତେ ପିଟିସନ କରିବେ ବୋଲି ବର୍ଷା ପ୍ରିୟଦର୍ଶିନୀଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସାଂସଦ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଶୁଣଣି ଅକ୍ଟୋବର ୧୨କୁ ଘୁଞ୍ଚିଯାଇଛି। ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରି ନ ଥିବାରୁ ଶୁଣାଣି ଘୁଞ୍ଚିଥିବା ବର୍ଷାଙ୍କ ଓକିଲ କହିଛନ୍ତି। ଅନ୍ୟପକ୍ଷରେ ପାରିବାରିକ କୋର୍ଟରେ ଥିବା ବର୍ଷାଙ୍କ ମାମଲା ଅକ୍ଟୋବର ୧୪କୁ ଘୁଞ୍ଚିଛି। ଅକ୍ଟୋବର ୧୪ରେ ମାମଲାର ପ୍ରାରମ୍ଭିକ ଶଣାଣି ହୋଇପାରେ ବୋଲି ଜଣାପଡ଼ିଛି।

Comments are closed.