www.samajalive.in
Saturday, December 6, 2025
14.1 C
Bhubaneswar

ବିରାଟଙ୍କ ଭଳି ଅନୁଷ୍କା ବି ମାରିବେ ଚଉକା ଛକ୍କା, କାରଣ ଜାଣି ଖୁସି ହେବେ ପ୍ରଶଂସକ

ମୁମ୍ବଇ: ସ୍ୱାମୀ ବିରାଟ କୋହଲୀଙ୍କ ଭଳି ଅନୁଷ୍କା ଶର୍ମା ମଧ୍ୟ କ୍ରିକେଟ ମଇଦାନକୁ ଓହ୍ଲାଇବେ। ଖୁବଶୀଘ୍ର ତାଙ୍କୁ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିବ। ତେବେ ଏହାର କାରଣ ଜାଣି ଅନୁଷ୍କାଙ୍କ ପ୍ରଶଂସକମାନେ ନିଶ୍ଚିତ ଖୁସି ହେବେ। ଭାରତୀୟ ମହିଳା କ୍ରିକେଟର ଝୁଲନ୍ ଗୋସ୍ୱାମୀଙ୍କ ବାୟୋପିକରେ ନଜର ଆସିବେ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା। ୩୦୦ରୁ ଅଧିକ ୱିକେଟ୍ ନେଇଥିବା ଝୁଲନ୍ ଗୋସ୍ୱାମୀଙ୍କ ସଂଘର୍ଷମୟ କାହାଣୀକୁ ଲୋକେ ଖୁବଶୀଘ୍ର ବଡ଼ ପରଦାରେ ଦେଖିବେ। ଏହି ଚଳଚ୍ଚିତ୍ରରେ ଅନୁଷ୍କା ମୁଖ୍ୟ ଭୂମିକାରେ ଅଭିନୟ କରିବେ ଏବଂ ଏନେଇ ସେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବାୟୋପିକର ଶୁଟିଂ ଚଳିତ ବର୍ଷ ଡିସେମ୍ବର ମାସରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

- Advertisement -

ନିକଟରେ ଅନୁଷ୍କା ଶର୍ମାଙ୍କର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହି ଫଟୋରେ ସେ ଭାରତୀୟ ମହିଳା କ୍ରିକେଟର ଟିମର ୟୁନିଫର୍ମରେ ନଜର ଆସିଥିଲେ। ଏହି ଫଟୋ କୋଲକାତାର ଇଡେନ୍ ଗାର୍ଡେନ୍ର। କୁହାଯାଉଛି ଯେ ଏହା ଝୁଲନ୍ ଗୋସ୍ୱାମୀଙ୍କ ବାୟୋପିକର ପୋଷ୍ଟର ପାଇଁ ଶୁଟିଂ ବେଳର ଫଟୋ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories