www.samajalive.in
Saturday, December 6, 2025
16.1 C
Bhubaneswar

ଡବଲ ମର୍ଡର ମାମଲାରେ ବିଜେଡି ନେତା ଅନୁପ ସାଏ ଗିରଫ

ଭୁବନେଶ୍ବର : ଏକ ଡବଲ ମର୍ଡର ମାମଲାରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହୋଇଛନ୍ତି। ଛତିଶଗଡ ପୁଲିସ ତାଙ୍କୁ ଝାରସୁଗୁଡାରୁ ଗିରଫ କରିଥିବା ଜଣାପଡିଛି। ସେ କଂଗ୍ରେସ ଟିକେଟରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ତିନି ଥର ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ପରେ ସେ ୨୦୧୪ରେ ବିଜେଡିରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ୨୦୧୬ ଏପ୍ରିଲ ମାସରେ ମା’ ଓ ଝିଅକୁ ହତ୍ୟା କରାଯାଇ ଛତିଶଗଡ ସୀମାନ୍ତରେ ଫିଙ୍ଗା ଯାଇଥିଲା। ମୃତକ ହେଲେ କଳ୍ପନା ଦାସ(୩୨) ଓ ତାଙ୍କ ଝିଅ ପ୍ରଭାତୀ ଦାସ (୧୪)। ଛତିଶଗଡର ଚକ୍ରଧରନଗର ପୁଲିସ ଏହି ମାମଲା ତଦନ୍ତ ଜାରି ରଖିଥିଲା। ଏହି ହତ୍ୟାକାଣ୍ଡରେ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହ କରି ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡାସ୍ଥିତ ତାଙ୍କ ଘରୁ ଛତିଶଗଡର ଚକ୍ରଧରନଗର ପୁଲିସ ତାଙ୍କୁ ଉଠାଇ ନେଇଥିଲା।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories