www.samajalive.in
Monday, December 8, 2025
24.1 C
Bhubaneswar

ମୁହାଁ ମୁହିଁ ବାଇକ ଧକ୍କାରେ ଦୁଇ ମୃତ

ଅନୁଗୋଳ : ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ କରତାପଟା ଗ୍ରାମରେ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ସୋମବାର ସନ୍ଧ୍ୟାରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଛି । ମୃତକ ଦୁଇ ବାଇକ ଆରୋହୀ ହେଲେ ବନ୍ତଳା ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ମନୋଜ ନାଏକ ଓ ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ଭୁବନ ପ୍ରଧାନ।

ଆଜି ସନ୍ଧ୍ୟା ୭ ଟା ସମୟରେ ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କରତପଟା ଠାରେ ମଧପୁର ଗ୍ରାମର ମନୋଜ ନାଏକ (୪୦) ଏକ ମୋଟରସାଇକେଲରେ କରତପଟାରୁ ଘରକୁ ଫେରୁଥିବା ବେଳେ କରତପଟା ଠାରେ ବିପରିତ ଦିଗରୁ ଅନ୍ୟ ଏକ ମୋଟରସାଇକେଲରେ ଦୁର୍ଗାପୁର ଗ୍ରାମର ଭୁବନ ପ୍ରଧାନ (୪୨) ମାଧପୁର ଆସୁଥିବା ବେଳେ ଉଭୟଙ୍କ ମଧ୍ଯରେ ମୁହାଁମୁହିଁ ଧକ୍କା ହୋଇଥିଲା ।

- Advertisement -

ଘଟଣାସ୍ଥଳରେ ଉଭୟ ରାସ୍ତାରେ ଛିଟିକି ପଡ଼ିଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବନ୍ତଳା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories