www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ ପାଳିତ 

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଓଡ଼ିଆ ତଥା ଓଡ଼ିଶାର ଗର୍ବ ଗୌରବ ତଥା ସ୍ମରଣୀୟ ଦିବସ ପବିତ୍ର ଉତ୍କଳ ଦିବସ କୁ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଦ୍ଵାରା ନୂତନ ସମ୍ମିଳନୀ କକ୍ଷ ଠାରେ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସଭା ମୁଖ୍ୟ ଭାବେ ଯୋଗ ଦେଇ   ବିଶ୍ୱବନ୍ଦନୀୟା ଉତ୍କଳ ମାତାର ବନ୍ଦନା ଗାନ ସହ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ଯଶସ୍ୱୀ ବ୍ୟକ୍ତି , ସାହିତ୍ୟିକ , ଶିକ୍ଷାବିତ , ରାଜନୀତିଜ୍ଞ , ଏବଂ ସଂଗଠକ ମାନଙ୍କର ଅମୂଲ୍ୟ ଅବଦାନ ସଂପର୍କରେ ମତ ରଖିଥିଲେ।
ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର କିସ୍ ବିଶ୍ଵବିଦ୍ୟାଳୟ ଗୋପବନ୍ଧୁ ଚେୟାର ତଥା ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବିଜୟାନନ୍ଦ ସିଂ ଯୋଗ ଦେଇ ଭାରତ ବର୍ଷ ତଥା ସମଗ୍ର ବିଶ୍ୱକୁ ପ୍ରାଚୀନ ଯୁଗ ଠାରୁ ଆରମ୍ଭ କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପର୍ଯ୍ୟନ୍ତର ସମ୍ପୂର୍ଣ୍ଣ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ସ୍ନାତକୋତ୍ତର ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଏବଂ କୁଳସଚିବ  ସଚ୍ଚିଦାନନ୍ଦ ନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଉତ୍କଳୀୟ ପରମ୍ପରା , ଭାଷା , ସଂସ୍କୃତି ,  ସହିତ ସ୍ଵତନ୍ତ୍ର ପ୍ରଦେଶ ଗଠନରେ ବଳିଦାନ ଦେଇଥିବା ବୀର ଓଡ଼ିଆଙ୍କ ଗୌରବର  ଗାଥା ସଂପର୍କରେ ଅଭିବ୍ୟକ୍ତି ରଖିଥିଲେ ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟ ସମୀକ୍ଷକ ଡକ୍ଟର କୁଳମଣି ଓଝା ଯୋଗ ଦେଇ ଭାଷା ଭିତ୍ତିକ ରାଜ୍ୟ ତଥା ସ୍ଵତନ୍ତ୍ର ପ୍ରଦେଶ ଗଠନରେ ଓଡ଼ିଶାର ସଂଘର୍ଷର ଗାଥା କୁ ଉତ୍ଥାପନ କରିଥିଲେ । ସଭାଟିରେ ସମସ୍ତ ସ୍ନାତକୋତ୍ତର ବିଭାଗର ବରିଷ୍ଠ ପ୍ରଫେସର , ସହଯୋଗୀ ପ୍ରଫେସର , ସହକାରୀ ପ୍ରଫେସର , ଙ୍କ ସମେତ ଉପ କୁଳ ସଚିବ ଡକ୍ଟର ବାବୁଜୀ ସାମଲ , ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସତ୍ୟ ନIରାୟଣ କୁଣ୍ଡୁ , ସହ ପରୀକ୍ଷା ନିୟନ୍ତ୍ରକ  ଡକ୍ଟର  ସତ୍ୟ ପାତ୍ର , ବିତ୍ତ ନିୟନ୍ତ୍ରକ ଆଶୋକ କୁମାର ଧଙ୍ଗଡା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ସଭା କାର୍ଯ୍ୟର ଶେଷରେ ଡକ୍ଟର ସମୀର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories