www.samajalive.in
Friday, December 12, 2025
14.1 C
Bhubaneswar

ନିର୍ଯାତନା ସହ୍ୟ ନପାରି ଜାଳି ଦେଲୁ – ମା’, ଭାଇ ଭଉଣୀ ଗିରଫ

କିଶୋରଗଞ୍ଜ: ଅନୁଗୋଳ ଜିଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ନିକଟ କେନ୍ଦୁ ସାହିରେ ମଙ୍ଗଳବାର ସନ୍ଧ୍ୟାରେ ରାଜକିଶୋର ପ୍ରଧାନ (୨୫)ଙ୍କୁ ପେଟ୍ରୋଲ ଢାଳି ଜାଳି ଦେବା ଘଟଣାରେ ହଣ୍ଡପା ପୁଲିସ ବୁଧବାର ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜକିଶୋରର ମା’ ବାସନ୍ତୀ (୬୦), ଭଉଣୀ ସ।ନ୍ତ୍ବନା ଓରଫ ମଞ୍ଜୁ (୩୦ ) ଓ ଭାଇ ସୁବାସ (୨୮)। ଅଭିଯୁକ୍ତଙ୍କ ଘରୁ ପୁଲିସ କୋଡି, ୩ ଟି ବୋତଲକୁ ଜବତ କରିଛି। ଏ ନେଇ ମୃତକର ସମ୍ପର୍କୀୟ ଅଜୟ କୁମାର ବେହେରାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଛି। ମୃତକର ନିର୍ୟାତନା ସହ୍ୟ କରି ନପାରିବାରୁ ତାକୁ ଜାଳି ଦେଲୁ ବୋଲି ଅଭିଯୁକ୍ତମାନେ କହିଥିବା ପୁଲିସ ସୂତ୍ରରୁ ପ୍ରକାଶ।

ପୁଲିସ କହିଛି ଯେ ରାଜକିଶୋର ୪ ବର୍ଷ ତଳେ ବିବାହ କରିଥିଲା। ତାମିଲନାଡୁ ଅଞ୍ଚଳକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ତା’ ସ୍ତ୍ରୀର ମୃତ୍ୟୁ ହୋଇଥିଲା। ରାଜକିଶୋର ପୁଣି ମକାମୁଣ୍ଡା ଗ୍ରାମରେ ଦ୍ବିତୀୟ ବିବାହ କରିଥିଲା। ହେଲେ ସେ ସ୍ତ୍ରୀକୁ ପ୍ରତ୍ୟେକ ଦିନ ମାରପିଟ କରିବା ସହ ନିର୍ୟାତନା ଦେଉଥିଲା। ରାଜକିଶୋରକୁ ଛାଡି ତା’ ସ୍ତ୍ରୀ ବାପ ଘରକୁ ୬ ମାସ ତଳରୁ ପଳାଇଯାଇଥିଲା। ପରେ ପ୍ରତ୍ୟେକ ଦିନ ରାଜକିଶୋର ମଦ୍ୟପାନ କରି ଆସି ଘରେ ଝଗଡା ସୃଷ୍ଟି କରୁଥିଲା। ଏପରିକି ସବୁ କ୍ଷେତ୍ରରେ ବିରୋଧ କରିବା ସହ ସମସ୍ତଙ୍କୁ ମାଡ଼ ମାରୁଥିଲା। ଗତ ୩ ମାସ ହେବେ ପ୍ରତ୍ୟେକ ଦିନ ମଦ ପିଇ ରାଜକିଶୋର ଘରର ଭାଇ, ଭାଉଜ, ମା,ଭଉଣୀଙ୍କୁ ମାଡ଼ ମାରିବା ସହ ଟଙ୍କା ମାଗୁଥିଲା। ଜାତୀୟ ରାଜପଥର କ୍ଷତିଗ୍ରସ୍ତ ଭାବେ ମିଳିଥିବା ଟଙ୍କା ତାଙ୍କ ଭାଗ ନେବା ପରେ ମଧ୍ୟ ମା ଓ ଭଉଣୀଙ୍କ ନାମରେ ଥିବା ଟଙ୍କା ଜୋର ଜବରଦସ୍ତ ମାଗୁଥିଲା। ଯେଉଁ ଦିନ ତାର ଖର୍ଚ୍ଚ ପାଇଁ ଟଙ୍କା ଦିଆଯାଉ ନଥିଲା ସେହି ଦିନ ସମସ୍ତଙ୍କୁ ମାଡ଼ ମାରୁଥିଲା।

- Advertisement -

ସୋମବାର ମଦ ପିଇ ରାଜକିଶୋର ଗଣ୍ଡଗୋଳ କରିଥିଲା। ଏଥିରେ ପରିବାର ଲୋକ ଅଶାନ୍ତି ହୋଇ ତାକୁ ମଙ୍ଗଳବାର ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଗତକାଲି ରାଜକିଶୋର ଅପରାହ୍ଣରେ ମଦ ପିଇ ଘରକୁ ଆସି ଭଉଣୀ, ଭାଇ ଓ ମା’କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା। ପରେ ୩ ଜଣଙ୍କୁ ମାରିଦେବ ବୋଲି ଧମକ ଦେଇଥିଲା। ଏଥିରେ ସୁବାସ ଉତ୍‌କ୍ଷିପ୍ତ ହୋଇ ବଜାରକୁ ଆସି ୩ ଟି ବୋତଲରେ ୫ ଲିଟର ପେଟ୍ରୋଲ ଧରି ଘରକୁ ନେଇଥିଲା। ପରେ ରାଜକିଶୋରକୁ କୋଡିରେ ମାଡ଼ ମାରିଥିଲା। ଏଥିରେ ୩ ଜଣଙ୍କର ମନ ଶାନ୍ତି ହୋଇ ନଥିବା ବେଳେ ଘର ସାମ୍‌ନାରେ ଥିବା ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ୩ ଜଣ ନିସ୍ତୁକ ମାଡ଼ ମାରିବା ସହ ସୁବାସ ବଜାରରୁ ଆଣିଥିବା ୫ ଲିଟର ପେଟ୍ରୋଲ ରାଜକିଶୋର ଦେହରେ ଢାଳି ଦେଇ ନିଆଁ ଲଗାଇ ଦେଇଥିଲା। ଏହି ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାସ ଜରିଆରେ ଆଠମଲ୍ଲିକ ଉପଖଣ୍ଡ ମେଡ଼ିକାଲକୁ ପଠାଇଥିଲା। ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories