www.samajalive.in
Sunday, December 14, 2025
26.1 C
Bhubaneswar

ଅନୁଭବ-ବର୍ଷା ବିବାଦ; ବାହାରିଲାନି ସମାଧାନ, ୨୧ରେ ଆଲୋଚନା

ନୂଆଦିଲ୍ଲୀ : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଆପୋଷ ଆଲୋଚନା ଅସମାପ୍ତ ରହିଛି। ଆଜି ସମାଧାନର କୌଣସି ବାଟ ବାହାରି ନ ପାରିବାରୁ ୨୧ ତାରିଖ ଦିନ ୧ଟା ବେଳେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦ୍ବିତୀୟ ଥର ଲାଗି ଉଭୟଙ୍କ ମଧ୍ୟରେ ଆଲୋଚନା ପାଇଁ ସ୍ଥିର ହୋଇଛି।
ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ରର ମଧ୍ୟସ୍ଥ ପୂଜା ଆନନ୍ଦଙ୍କ ଉପସ୍ଥିତିରେ ସାଢ଼େ ତିନି ଘଣ୍ଟା ଧରି ଆଲୋଚନା ହୋଇଥିଲା। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା ପ୍ରାରମ୍ଭରେ କିଛି ସମୟ ଉଭୟ ଅନୁଭବ ଓ ବର୍ଷା ନିଜ ଓକିଲଙ୍କ ସହ ଉପସ୍ଥିତ ହୋଇ ନିଜ ପକ୍ଷ ରଖିଥିଲେ। ପରେ ଅନୁଭବ ଓ ବର୍ଷାଙ୍କ ସହ ସିଧାସଳଖ କଥା ହୋଇ ସମସ୍ୟା ବିଷୟରେ ଅବଗତ ହୋଇଥିଲେ ମଧ୍ୟସ୍ଥ ପୂଜା ଆନନ୍ଦ। ଉଭୟଙ୍କ ସହ ପୂଜା ଆନନ୍ଦ ଅଲଗା ଅଲଗା କଥା ହୋଇଥିବା ମଧ୍ୟ ଜଣାପଡ଼ିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories