www.samajalive.in
Saturday, December 13, 2025
26.1 C
Bhubaneswar

ଲାଇଭ ଟିଭିରେ ଯୁଦ୍ଧ ବିରୋଧୀ ପ୍ରଦର୍ଶନ କରିଥିବା ରୁଷ ମହିଳା ନିଖୋଜ

ରୁଷର ସରକାରୀ ଟିଭି ଚ୍ୟାନେଲ, ଚ୍ୟାନେଲ ୧ରେ ଗତକାଲି ସନ୍ଧ୍ୟା ସମ୍ବାଦ ପ୍ରସାରଣ ସମୟରେ ୟୁକ୍ରେନରେ ଯୁଦ୍ଧକୁ ବିରୋଧ କରି ପୋଷ୍ଟର ସହ ହଠାତ ଦେଖାଦେଇଥିବା ମହିଳା ଜଣଙ୍କ ନିଖୋଜ ଥିବା ସୂଚନା ମିଳିଛି। ଏ ନେଇ ଜାତିସଙ୍ଘ ମାନବାଧିକାର କାର୍ଯ୍ୟାଳୟ ରୁଷ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି ଏବଂ କହିଛନ୍ତି ଯେ ଯୁଦ୍ଧ ବିରୋଧ ପ୍ରଦର୍ଶନକାରୀଙ୍କୁ ସେମାନଙ୍କ ବାକ ସ୍ୱାଧୀନତା ପାଇଁ ଦଣ୍ଡିତ କରାଯାଇ ପାରିବ ନାହିଁ।


ଜାତିସଂଘ ମାନବାଧିକାର ମୁଖପାତ୍ର ରବିନା ସାମଦଶନି କହିଛନ୍ତି ଯେ ରୁଷ ସରକାର ଏହା ନିଶ୍ଚିତ କରିବା ଆବଶ୍ୟକ ଯେ ସମ୍ପୃକ୍ତ ମହିଳାଙ୍କୁ କୌଣସି ଦଣ୍ଡ ଦିଆଯାଇ ନାହିଁ। ଲାଇଭ ଟିଭିରେ ଯୁଦ୍ଧ ବିରୋଧୀ ପ୍ରଦର୍ଶନ କରିଥିବା ମହିଳା ଜଣଙ୍କ ହେଉଛନ୍ତି ମାରିଆ ଓସିକୋଭା ଏବଂ ସେ ଜଣେ ସ୍ୱାଧୀନ ମାନବାଧିକାର ସଂଗଠନର ସଦସ୍ୟ। ସମ୍ପୃକ୍ତ ମହିଳାଜଣକ ସେହି ଚ୍ୟାନେଲ ୧ର ଜଣେ କର୍ମଚାରୀ ଥିବା ଜଣାପଡିଛି।

- Advertisement -

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories