www.samajalive.in
Monday, December 15, 2025
26.1 C
Bhubaneswar

ଦେଶର ସୀମାନ୍ତରେ ଆଣ୍ଟି ଡ୍ରୋନ୍‍ ସ୍ୱଦେଶୀ ବ୍ୟବସ୍ଥା ମୁତୟନ କରାଯିବ : ଅମିତ ଶାହା

ନୂଆଦିଲ୍ଲୀ : ଦେଶର ସୀମାନ୍ତ ଅଞ୍ଚଳରେ ଖୁବ୍‍ ଶୀଘ୍ର ଆଣ୍ଟି ଡ୍ରୋନ୍‍ ସ୍ୱଦେଶୀ ବ୍ୟବସ୍ଥା ମୁତୟନ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ସେ କହିଛନ୍ତି ପ୍ରତୀରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ଅନ୍ୟ ସଂସ୍ଥାଗୁଡ଼ିକୁ ସହ ମିଶି
ଏଭଳି ଏକ ବ୍ୟବସ୍ଥା ସ୍ଥାପନ ଦିଗରେ କାର୍ଯ୍ୟ କରୁଛି। ନୂଆଦିଲ୍ଲୀରେ ବିଏସ୍‍ଏଫ୍‍ର ଅଷ୍ଟାଦଶ ପଦାଧିକାର ପ୍ରଦାନ ଉତ୍ସବରେ ଉଦବୋଧନ ଦେଇ ମନ୍ତ୍ରୀ ଏହା କହିଛନ୍ତି। ଦେଶର ସୀମାରେ ଦେଖାଦେଉଥିବା ଆହ୍ବନ ଗୁଡ଼ିକର ମୁକାବିଲାରେ ବିଏସ୍‍ଏଫ୍‍ ସର୍ବଦା ସଫଳ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ସରକାର ଦେଶର ସୀମାନ୍ତ ଇଲାକାର ମୌଳିକ ଢାଞ୍ଚାକୁ ସୁଦୃଢ଼ କରିବାକୁ ସର୍ବଦା ଅଗ୍ରାଧିକାର ଦେଇ ଆସୁଛନ୍ତି। ଶ୍ରୀ ଶାହା କହିଛନ୍ତି, ସୀମା ଅଞ୍ଚଳର ମୌଳିକ ଢାଞ୍ଚାରେ ଉନ୍ନତି ଅଣାନଗଲେ ଦେଶର ସୀମା ଅଞ୍ଚଳ ଅସୁରକ୍ଷିତ ହୋଇ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ କରନ୍ତି। ପୂର୍ବତନ ୟୁପିଏ ସରକାର ସମୟରେ ହୋଇଥିବା କାର୍ଯ୍ୟର ତୁଳନା କରି ଶ୍ରୀ ଶାହା କହିଛନ୍ତି, ୨୦୦୮ରୁ ୨୦୧୪ ମସିହା ମଧ୍ୟରେ ସୀମାରେ ୩ ହଜାର ୬୦୦ କିଲୋମିଟର ସଡ଼କ
ନିର୍ମାଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ୪ ହଜାର ୭୬୪ କିଲୋମିଟର ଦୀର୍ଘ ସଡ଼କ ନିର୍ମିତ ହୋଇଛି।
ଅର୍ଦ୍ଧସାମରିକ ବାହିନୀଗୁଡ଼ିକର ଗମନାଗମନ ପାଇଁ ପୂର୍ବତନ ସରକାରଙ୍କ ଅମଳରେ ଗୋଟିଏ ସୁଡ଼ଙ୍ଗ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ୬ଟି ସୁଡ଼ଙ୍ଗ ନିର୍ମାଣ କରାଯାଇଛି ଓ ଆଉ ୧୯ଟି ସୁଡ଼ଙ୍ଗ ନିର୍ମାଣର କାର୍ଯ୍ୟ ଆଗେଇ ଚାଲିଛି। ଶ୍ରୀ ଶାହା କହିଛନ୍ତି, ସୀମାରେ ତାରବାଡ଼ ନିର୍ମାଣ କାର୍ଯ୍ୟ ଅବ୍ୟାହତ ରହିବ ଓ ୨୦୨୨ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ତାଙ୍କର ନିଜସ୍ୱ ପ୍ରତିରକ୍ଷା ନୀତି ପ୍ରସ୍ତୁତ କରିଛନ୍ତି। ଭାରତ ସର୍ବଦା ପଡ଼ୋଶୀ ଦେଶଗୁଡ଼ିକ ସହ ଶାନ୍ତି ଚାହେଁ କିନ୍ତୁ ଦେଶର ସୀମାରେ ସାର୍ବଭୌମତ୍ୱ ପ୍ରତି କୌଣସି ଚ୍ୟାଲେଞ୍ଜକୁ ଆଦୌ ବରଦାସ୍ତ କରାଯିବ ନାହିଁ ଓ ଏହାର ସଠିକ୍‍ ଜବାବ ଦିଆଯିବ ବୋଲି ସେ କହିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories