www.samajalive.in
Sunday, December 7, 2025
26.1 C
Bhubaneswar

ଆଗଲପୁର ନାଗରିକ କମିଟିର ବାର୍ଷିକ ବୈଠକ

ଆଗଲପୁର : ଆଗଲପୁର ନାଗରିକ କମିଟିର ବାର୍ଷିକ ବୈଠକ ସଭାପତି ଅଖିଳ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ସମ୍ପାଦକ ସେବକ ମେହେର ବାର୍ଷିକ ବିବରଣି ପାଠ କରି ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ମଧ୍ୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ହୋଇ ନଥିବା ବିଷୟରେ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ବଲାଙ୍ଗିର ସିଡିଏମ୍ଓ ଓ ବଲାଙ୍ଗିର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରା ନଗଲେ ନାଗରିକ କମିଟି ପକ୍ଷରୁ ଆନ୍ଦୋଳନ କରିବା ପାଇଁ ନିଷ୍ପତି ହୋଇଛି। ଆଲୋଚନାରେ ନାଗରିକ କମିଟିର ସଦସ୍ୟ ରାଧାକାନ୍ତ ନାୟକ, ଚଉବନ ପଶାୟତ, ବରୁଣ ବେହେରା, ଜୟନ୍ତ କୁମାର ସିଂଦେଓ, ହିମାଂଶୁ ଶେଖର ଭୋଇ, ଗଙ୍ଗାଧର ମେହେର, ଭିକାରୀ ଚରଣ ବାଗ, ଗୋପାଲ ଚନ୍ଦ୍ର ଦାଶ, ପଦ୍ମନ ମେହେର, ଡାକ୍ତର ପୁଟେଲ, ପ୍ରଦୀପ କୁମାର ମେହେର, ସୁଧାଂଶୁ ସେଠ, କୃଷ୍ଣଚନ୍ଦ୍ର ମେହେର, ଫକୀର ତ୍ରିପାଠୀ, ସନ୍ତୋଷ କୁମାର ରଥ, ହିମାନ୍ଦ୍ରି ମେହେର, ଜଗଦାନନ୍ଦ ବହିଦାର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories