www.samajalive.in
Saturday, December 6, 2025
16.1 C
Bhubaneswar

ଆଦିତ୍ୟ ଗ୍ରୁପ୍‍ର ବାର୍ଷିକ ସ୍ଥାପନା ଦିବସ ପାଳିତ

ଭୁବନେଶ୍ୱର: ଆଦିତ୍ୟ ମୋଟର୍ସ, ହାଇୱେ ହୋଣ୍ଡା, ଆଦିତ୍ୟ ହୁଣ୍ଡାଇ ଏବଂ ହାଇୱେ ରିଫିଲ ସହିତ ଆଦିତ୍ୟ ଗ୍ରୁପ୍‍ର ବାର୍ଷିକ ପ୍ରତିଷ୍ଠା ଦିବସ ‘ଅତୁଲ୍ୟମ୍‍’ ଏହାର ସମସ୍ତ ଡିଲରସିପ ପରିସରରେ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଯାନବହନ ଏବଂ ପେଟ୍ରୋଲିୟମ କ୍ଷେତ୍ରରେ ଏହାର ସମ୍ପ୍ରସାରିତ ବ୍ୟବସାୟ ରହିଚି । ଗ୍ରୁପ ଚେୟାରମ୍ୟାନ ପଦ୍ମଚରଣ ପାତ୍ର ତାଙ୍କର ୬୯ତମ ଜନ୍ମଦିନ ଅବସରରେ ପ୍ରଦୀଦ ପ୍ରଜ୍ଜ୍ୱଳନ କରି ବାର୍ଷିକ ପ୍ରତିଷ୍ଠା ଦିବସ ଉତ୍ସବ ପାଳନକୁ ଉଦଘାଟନ କରିଥିଲେ । ଏହି ଅବସରରେ ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପାତ୍ର, ତିନି ବ୍ୟବସାୟ ସଂସ୍ଥାର ମୁଖ୍ୟ ମନୋଜ ରଥ, ରାଜୀବ ପଣ୍ଡା ଏବଂ ଅଜିତ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ବାର୍ଷିକ ପ୍ରତିଷ୍ଠା ଦିବସରେ କର୍ମଚାରୀଙ୍କ ସାମାଜିକ ଦାୟିତ୍ୱ ନିର୍ବାହର ଅଂଶ ଭାବରେ ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର ସହିତ ମାଗଣା ଦାନ୍ତ ପରୀକ୍ଷା ଓ ମଧୁମେହ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପାତ୍ର ଉଦଘାଟନ କରିଥିଲେ । ରେଡକ୍ରସ ସୋସାଇଟି ସହଯୋଗରେ ଫୁଲନଖରା, ରୁଦ୍ରପୁର, ତମାଣ୍ଡୋ, ଉତ୍ତରା ଏବଂ ପାଣିକୋଇଲି ଠାରେ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୨୫୮ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଏହି ଉତ୍ସବକୁ ଅଧିକ ସ୍ମରଣୀୟ କରିବାକୁ ଗ୍ରୁପ ପକ୍ଷରୁ ଭୁବନେଶ୍ୱର ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଥିବା ୭ଟି ଅନାଥାଶ୍ରମରେ ୩୬୭ ଜଣ ପିଲାଙ୍କୁ ପୋଷାକ ଏବଂ ଖାଦ୍ୟ ବିତରଣ କରାଯାଇଥିଲା ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories